ନୂଆଦିଲ୍ଲୀ : ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପ୍ରମିକାଙ୍କ ମୃତ୍ୟୁ ଖବର ଶୁଣି ପ୍ରେମିକ ମଧ୍ୟ ମୃତ୍ୟୁବରଣ କରିଦେଲା । ଉଭୟ ପୁଅ ଝିଅ ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ହାତରେ ପରସ୍ପରର ଟାଟୁ କରିଥିଲେ । ୧୯ ବର୍ଷର ଝିଅ ନିଜ ଘରେ ଦଉଡି ଲଗାଇ ମୃତ୍ୟୁ ବରଣ କରିଛି । ଯେତେବେଳେ କିଛି ଶବ୍ଦ ଶୁଭିନଥିଲା ତାଙ୍କ ସାନ ଭଉଣୀ କବାଟ ଖୋଲି ଦେଖିଥିଲେ । ତାପରେ ସେ ଚିତ୍କାର କରିଥିଲେ । ପରିବାର ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଳା । ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଦାର କରିଥିଲେ । ତାପରେ ମରଶରୀରରକୁ ବ୍ୟବଛେଦ ପାଇଁ ପଠାଯାଇଥିଲା । ଏପଟେ ପ୍ରମିକାର ମୃତ୍ୟୁ ଖବର ଶୁଣି ପ୍ରେମିକ ଜଣଙ୍କ ପେଡୋଶୀ ଘରେ ରହୁଥିଲେ । ନିଜକୁ ଫାସୀ ଦେଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଝିଅଟି ନୂଆ ପୋଷାକ ପାଇଁ ଦାବି କରୁଥିଲା । ଘର ଲୋକେ କହିଥିଲେ ପରେ ଅଣାଯିବ । ଏହି ଜିଦ ଯୋଗୁଁ ତାର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।