ଭୁବନେଶ୍ୱର: ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସୂଚନା ଦେଇ ସେ କହିଛନ୍ତି ଯେ ମାଗଣା ବଣ୍ଟନ ସତ୍ତ୍ୱେ ଲୋକେ ଔଷଧ ସେବନ କରୁ ନ ନଥିବାରୁ ପଦକ୍ଷେପ ନିଆଯାଇଛି । ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ବଲାଙ୍ଗିର, ଗଞ୍ଜାମ, ଯାଜପୁର, ବରଗଡ ଓ ଢେଙ୍କାନାଳ ଔଷଧ ଦିଆଯିବ । ଯେଉଁମାନେ ଔଷଧ ବାଣ୍ଟିବେ ସୋମାନଙ୍କୁ ତାଲିମ ଦିଆଯାଇଛି । ଯେଉଁ ସ୍ୱାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ ଜିପିଏସ ଜରିଆରେ ଟ୍ରାକ୍ କରାଯିବ ।










