24.1 C
Bhubaneswar
Friday, February 6, 2026
Homeଓଡିଶାସ୍ୱାସ୍ଥ୍ୟ ସଚିବଙ୍କ ଡାକ୍ତରଖାନା କୋଠା ଏବଂ ଅଗ୍ନି ନିରାପତ୍ତା ପଦକ୍ଷେପ ସମ୍ପର୍କରେ ସମୀକ୍ଷା ବୈଠକ

ସ୍ୱାସ୍ଥ୍ୟ ସଚିବଙ୍କ ଡାକ୍ତରଖାନା କୋଠା ଏବଂ ଅଗ୍ନି ନିରାପତ୍ତା ପଦକ୍ଷେପ ସମ୍ପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଲୋକ ସେବା ଭବନରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକର ଅଧ୍ୟକ୍ଷତା କରି ସରକାରୀ ଡାକ୍ତରଖାନା କୋଠା ଗୁଡ଼ିକ ନିର୍ମାଣର ଅଗ୍ରଗତି ଏବଂ ଅଗ୍ନି ନିରାପତ୍ତା ପଦକ୍ଷେପ ସମୀକ୍ଷା କରିଛନ୍ତି । ସେ ଏହି ସମୀକ୍ଷା ବୈଠକରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତ କାମ ତ୍ଵରିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକରେ ହସ୍ପିଟାଲଗୁଡ଼ିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ , ଅଗ୍ନି ନିରାପତ୍ତାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସର୍ଟ ସର୍କିଟ୍ ରୋକିବା ପାଇଁ ସୁରକ୍ଷିତ ବୈଦ୍ୟୁତିକ ସଂଯୋଗ ନିଶ୍ଚିତ କରିବା ଦିଗରେ ଗୁରୁତ୍ଵ ଦେବାକୁ ନିର୍ଦେଶ ଦେଇଥିଲେ । ଆବଶ୍ୟକୀୟ ଜରୁରୀ ନିରପତ୍ତା ଗ୍ରହଣ କରିବା ସହ ବିଭିନ୍ନ ବିଭାଗ ମିଳିତ ସହୋଯୋଗରେ କାମ କରିବାକୁ ଅନୁରୋଧ କରିଥିଲେ ।ସଂଶୋଧନମୂଳକ ପଦକ୍ଷେପ ଏବଂ ଆନୁମାନିକ ଯୋଜନା ସହିତ ଏକ ବିସ୍ତୃତ ରିପୋର୍ଟ ଆଗାମୀ ସପ୍ତାହ ସୁଦ୍ଧା ଦାଖଲ କରିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବୃଦ୍ଧି କରିବା ପାଇଁ ବ୍ୟୟବରାଦ ଟଙ୍କାରୁ ଯୋଜନା ଆଧାରରେ ପାଣ୍ଠି ଯୋଗାଇ ଦିଆଯିବ, ସମୟସୀମା ସମାପ୍ତି ଉପରେ ଜୋର ଦେବାକୁ କହିଥିଲେ ।
ଏହି ବୈଠକରେ ସ୍ଵତନ୍ତ୍ର ସଚିବ ବିଜୟ ମହାପାତ୍ର ,ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ନିର୍ଦ୍ଦେଶକଙ୍କ ସହିତ ଅଗ୍ନିଶମ ସେବା, ରାସ୍ତା ଏବଂ କୋଠା, ପିଏଚଡି, ୱାଟକୋ, ଗ୍ରାମ୍ୟ ଉନ୍ନୟନର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking