20.1 C
Bhubaneswar
Sunday, February 15, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘ

ଭୁବନେଶ୍ୱର: ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘ ର ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ଅଗଷ୍ଟ ୨୨ ତାରିଖରେ ଭେଟି ଆଲୋଚନା କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ସ୍ୱଳ୍ପ ଦରମାରେ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ଅବଗତ କରାଇଥିଲେ। ରାଜ୍ୟ ସରକାର ଏନ ଏଚ ଏମ କର୍ମଚାରୀଙ୍କ ସମସ୍ୟା ବିଷୟରେ ସମ୍ପୂର୍ଣ ଅବଗତ ଓ ଏହା ଉପରେ ବିଚାର ଚାଲିଛି। ଖୁବଶୀଘ୍ର ସମସ୍ତ କର୍ମଚାରୀଙ୍କ ଆମ ସରକାର ନୀତିଗତ ନିଷ୍ପତି ନେଇ ସ୍ଥାୟୀ ସମାଧାନ କରିବାର ବ୍ୟବସ୍ଥା କରିବାକୁ ଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଥିବା ସମସ୍ୟାକୁ ସରକାର ଗୁରୁତ୍ୱର ସହିତ ସମାଧାନ କରିବାକୁ ଯାଉଛନ୍ତି ବୋଲି କହିଥିଲେ।

ପୂର୍ବରୁ ଭା ଜ ପା ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ବିଷୟରେ ଅନେକବାର ଅବଗତ କରାଯାଇଛି। ସେ ମଧ୍ୟ କହିଛନ୍ତି ଯେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଓ ବହୁତ ଜଲଦି ସରକାର ଏକ ନୀତିଗତ ନିଷ୍ପତି ନେଇ ସମସ୍ତଙ୍କୁ ସ୍ଥାୟୀ କରିବା ବିଷୟରେ ଚିନ୍ତା କରୁଛନ୍ତି। ଅନ୍ୟ ଦାବୀ ଯେମିତିକି ଦରମା ବୃଦ୍ଧି, ୨୫%ପ୍ରୋଛାହନ ରାଶି ଉଛେଦ, ରାଜ୍ୟ ପ୍ରୋଛାହନ ରାଶି ବୃଦ୍ଧି, ସମସ୍ତଙ୍କୁ ବୀମାଭୁକ୍ତ କରିବା ଇତ୍ୟାଦି ଦାବୀ ସମ୍ପର୍କରେ ମାନନୀୟ ସଭାପତି ମନମୋହନ ସାମଲ କହିଲେ ରେଗୁଲାର କଲେ ଏ ସବୁ ସମସ୍ୟାର ସମାଧାନ ହେଇଯିବ। ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ସଭାପତି ଅନିରୁଦ୍ଧ ପଣ୍ଡା ଙ୍କ ସମେତ ସାଧାରଣ ସମ୍ପାଦକ ଗୋପବନ୍ଧୁ କର, କୋଷାଧକ୍ଷ ଆଶୁତୋଷ ମିଶ୍ର, ସହ ସମ୍ପାଦକ ପ୍ରଦୀପ୍ତ ମଲ୍ଲ ଓ ଅନ୍ୟ ସଦସ୍ୟ ମାନେ ପ୍ରତିନିଧି ମଣ୍ଡଳ ରେ ସାମିଲ ଥିଲେ। ପ୍ରତିଶୃତି ମିଳିବା ପରେ ସାରା ଓଡ଼ିଶାର ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ମଧ୍ୟରେ ଏକ ଖୁସିର ଆଶା ସଂଚାର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking