14.1 C
Bhubaneswar
Friday, December 19, 2025
Homeଓଡିଶାରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଡା. ବ୍ରଜରାଜଙ୍କୁ ସରକାରଙ୍କ ପକ୍ଷରୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଡା. ବ୍ରଜରାଜଙ୍କୁ ସରକାରଙ୍କ ପକ୍ଷରୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଚିକିତ୍ସକମାନଙ୍କୁ କାହିଁକି ସମାଜ ସର୍ବାଧିକ ସମ୍ମାନ ଦିଏ ତାହା ଆଜି ଡାକ୍ତର ଶ୍ରୀ ବ୍ରଜରାଜ କର ପ୍ରମାଣ କରିଛନ୍ତି। ନିଜଦେହ ଅସୁସ୍ଥ ଥିବା ଯୋଗୁଁ ସାଲାଇନ ଲାଗିଥିବା ସତ୍ତ୍ୱେ ଗଜପତି ଜିଲ୍ଲା ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଶ୍ରୀ କର ସ୍ବେଛାକୃତ ଭାବେ ସମ୍ପୃକ୍ତ ଡାକ୍ତରଖାନାରେ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବାର ଖବର ସୋସିଆଲ ମିଡ଼ିଆ ଓ ଅନ୍ୟାନ୍ୟ ଗଣମାଧ୍ୟମରୁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଜାଣିବାକୁ ପାଇବା ପରେ ଡା କରଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଷୟରେ ପଚାରି ବୁଝିବା ସହ ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ତାଙ୍କୁ ସରକାର ଏବଂ ବିଭାଗ ତରଫରୁ ଭିଡିଓକଲ ମାଧ୍ୟମରେ ସାଧୁବାଦ ଜଣାଇଛନ୍ତି। ସେ ଏହି ମହତ କାର୍ଯ୍ୟର ଭୁୟସୀ ପ୍ରଶଂସା କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଡା. କରଙ୍କ ଭଳି ନୀତିନିଷ୍ଟ ଓ ନିସ୍ଵାର୍ଥପର ଚିକିତ୍ସକ ପାଇଁ କେବଳ ଗଜପତି ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନ ନୁହଁ ସମ୍ପୂର୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗର୍ବିତ ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରକାଶ କରିଛନ୍ତି। ତାସହ ରାଜ୍ୟର ଯୁବ ଡାକ୍ତର ମାନଙ୍କୁ ଡା କର ଭଳି ସମର୍ପିତ ଓ ସେବାପରାୟଣ ମନୋଭାବ ନେଇ ଲୋକମାନଙ୍କର ଚିକିତ୍ସା ଓ ସେବା କରି ଉଭୟ ସର୍ବସାଧାରଣ ଓ ସରକାରଙ୍କ ପ୍ରଶଂସାର ପାତ୍ର ହେବା ପାଇଁ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଆହ୍ୱାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking