28.1 C
Bhubaneswar
Thursday, September 19, 2024
Homeଓଡିଶାଓଡିଶା ବିକାଶ ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ

ଓଡିଶା ବିକାଶ ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ

ପାଖାପାଖି 5000 ଲୋକଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ କଲେ ସଚେତନ

ନିଜେ ସଚେତନ ହୋଇ ଓ ଅନ୍ୟକୁ ସଚେତନ କରାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ

ପୁରୀ/ଭୁବନେଶ୍ୱର : ନୂତନ ସରକାରଙ୍କ ଶାସନଭାର ଗ୍ରହଣ କରିବାର 100 ଦିନ ପୂର୍ତ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଆୟୋଜିତ ‘ପ୍ରଗତିର ନୂତନ ସୂର୍ଯ୍ୟୋଦୟ’ ସମାରୋହ ଅବସରରେ ଓଡିଶା ବିକାଶ ମେଳାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସୁସଜ୍ଜିତ ଓ ସୂଚନା ସମ୍ବଳିତ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ ନୀଳାଞ୍ଚଳ ଅର୍ବାନ୍ ହାଟରେ ଉଦଘାଟିତ ହୋଇଯାଇଛି | ଏହି ପ୍ରଦର୍ଶନୀରେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ଜନହିତକର ସୂଚନା ପ୍ରଦର୍ଶିତ କରାଯାଇଛି | ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା, ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ,ଡେଙ୍ଗୁ ଓ ଡାଇରିଆ ନିରାକରଣ,ନବଜାତ ଶିଶୁର ଯତ୍ନ,ରକ୍ତ ଦାନ, ନିଦାନ,ସହାୟ ଏବଂ ଯୋଗର ଉପକାରିତା ଏହିପରି ଅନେକ ଉପାଦିୟ ସୂଚନା ଏଥିରେ ପ୍ରଦର୍ଶିତ କରାଯାଇଛି | ଟେଲିଭିଜନ ଓ ଡିଜିଟାଲ ମାଧ୍ୟମରେ ମଧ୍ୟ ଅନେକ ସୂଚନାଧର୍ମୀ ଭିଡ଼ିଓ ପ୍ରଦର୍ଶନ କରାଯାଉଛି | ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀଟି ଚାରିଦିନଧରି ଅନୁଷ୍ଠିତ ହେବ | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆଶୁ ଆରୋଗ୍ୟ କେନ୍ଦ୍ର ମଧ୍ୟ ଏହି ସ୍ଥାନରେ ଖୋଲାଯାଇଅଛି | ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡଃ ଲଲାଟେନ୍ଦୁ ମିଶ୍ର, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅଞ୍ଜଳି ତରାଇ, ବିତ୍ତ ଅଧିକାରୀ ଶ୍ରୀ ହିମାଦ୍ରୀ ସାମଲ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଟି ନାରାୟଣ ରାଓ, ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ପଣ୍ଡା ତଥା ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ଏହି ପ୍ରଦର୍ଶନୀରେ ଉପସ୍ଥିତ ରହି ଜନସାଧାରଣଙ୍କୁ ଓଡିଶା ସରକାରଙ୍କ ବିବିଧ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଅବଗତ କରିଥିଲେ | ନିଜେ ସଚେତନ ହୋଇ ଆଖପାଖର ଲୋକମାନଙ୍କୁ ସଚେତନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ ମାଧ୍ୟମରେ ପାଖାପାଖି ପାଞ୍ଚହଜାର ଜନସାଧାରଣଙ୍କୁ ସଚେତନ କରାଯାଇପାରିଛି ।
ଏଥି ସହିତ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ସମାରୋହରେ ପୁରୀ ଜିଲ୍ଲାରୁ ୫୦୦ ଆଶାକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking