21.1 C
Bhubaneswar
Saturday, December 6, 2025
Homeଓଡିଶାବେଆଇନ ଲିଙ୍ଗ ନିରୂପଣ କରୁଥିବା ନିଦାନ କେନ୍ଦ୍ର 'ଇଶ୍ୟା ଡାଇଗ୍ନୋଷ୍ଟିକ' ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ 

ବେଆଇନ ଲିଙ୍ଗ ନିରୂପଣ କରୁଥିବା ନିଦାନ କେନ୍ଦ୍ର ‘ଇଶ୍ୟା ଡାଇଗ୍ନୋଷ୍ଟିକ’ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ 

ଯାଜପୁର: ଯାଜପୁର ଜିଲ୍ଲା ରେ ଅବୈଧ ଲିଙ୍ଗ ନିରୁ ପଣ କରୁ ଥିବା ନିଦାନ କେନ୍ଦ୍ର ଅଧିକାଂଶ ସ୍ଥାନ ରହିଚି ଲିଙ୍ଗ ନିରୂପଣ କରି ତାଙ୍କ ରୋଜ କାର ପାଇଁ ଏକ ରାକେଟ ଚାଲିଛି ଏ ସଂପର୍କ ରେ ଯାଜପୁର ଜିଲ୍ଲା ପାଳ ନିକଟ ରେ ଅଭିଯୋଗ ହେବାରୁ ଜିଲ୍ଲା ପାଳ ରାଜ୍ୟ ସ୍ୱlସ୍ତ ବିଭାଗ କୁ ତଦନ୍ତ ପାଇଁ ଚିଠି ଲେଖି ଜଣାଇଥିଲେ :ଗର୍ଭସ୍ତ ଶିଶୁଙ୍କ ବେଆଇନ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗରେ ଯାଜପୁରରୋଡ କହ୍ନେଇପୁର ସ୍ଥିତ ‘ଇଶ୍ୟା ଡାଇଗ୍ନୋଷ୍ଟିକ ସେଣ୍ଟର’ ଉପରେ ରାଜ୍ୟ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତଭାବେ ଚଢାଉ କରାଯାଇଛି l ବୁଧବାର ଦିନ ତମାମ ଏହି ବେଆଇନ କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ଯାଞ୍ଚ ପରେ ତଦନ୍ତକାରୀ ଦଳ ଏଠାରେ ବେଆଇନ ଅଲଟ୍ରାସାଉଣ୍ଡ ସମ୍ପର୍କରେ ସମସ୍ତ ପ୍ରମାଣ ପାଇବା ପରେ ମେସିନ୍ ଟିକୁ ସିଲ କରିଛନ୍ତି l ଏହି ବେଆଇନ ସେଣ୍ଟର ଚଳାଇଥିବା ଡାକ୍ତର ରଞ୍ଜୀବ ରାଉତଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ରାଜ୍ୟ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଧେଶିକା ଡାକ୍ତର ପ୍ରତିଭା ପ୍ରଧାନ ସୂଚନା ଦେଇଛନ୍ତି | ପୂର୍ବରୁ ମଧ୍ୟ ତାଙ୍କ ନାମରେ ଏପରି ବୋହୁ ଅଭିଯୋଗ ରହିଥିବା ସେ କହିଛନ୍ତି | ଯେ କୌଣସି ଡାଇଗ୍ନୋଷ୍ଟିକ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ଯନ୍ତ୍ର ପକାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ସ୍ଵତନ୍ତ୍ର ଭାବେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ହୋଇଥାଏ l ମାତ୍ର ଏଠାରେ ଚାଲିଥିବା ଅଲଟ୍ରାସାଉଣ୍ଡ ସମ୍ପୂର୍ଣ୍ଣ ବେଆଇନ ଭାବେ ଚାଲିଥିଲା l ମୋଟା ଅଙ୍କର ଅର୍ଥ ବଦଳରେ ଗର୍ଭସ୍ଥ ଶିଶୁ ମାନଙ୍କ ଲିଙ୍ଗ ନିରୂପଣ କରାଯାଉଥିଵା ସମ୍ପର୍କରେ ଯାଜପୁର ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସ୍ଵତନ୍ତ୍ର ଦଳ ବୁଧବାର ଉକ୍ତ ଡାଇଗ୍ନୋଷ୍ଟିକ ରେ ଚଢାଉ କରିଥିଲେ l ପୂର୍ବାହ୍ନ ୧୦ ଟା ଠାରୁ ସନ୍ଧ୍ଯା ୭ ଟା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିଲା l କୌଣସି ଅନୁମତି ନଥିବା ସତ୍ତ୍ୱେ ଏଠାରେ ଅଲଟ୍ରାସାଉଣ୍ଡ ହେଉଥିବା ପ୍ରମାଣ ମିଳିବା ପରେ ଦିନ ତମାମ ଛାନଭିନ କରାଯାଇଥିଲା l ପି.ଏନ୍.ଡି.ଟି ଆଇନ ଅମାନ୍ୟ କରାଯାଇ ଏଠାରେ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ ହୋଇଥିବା ସମ୍ପର୍କରେ ପ୍ରମାଣ ପାଇବା ପରେ ମେସିନ ଜବତ କରାଯାଇଛି l ଏଠାରେ ବେଆଇନ ଭାବେ ଅଲଟ୍ରାସାଉଣ୍ଡ ହେଉଥିବାର ପୂର୍ବରୁ ୨୦୨୨ ଓ ୨୦୨୩ ରେ ଚଢାଉ ମଧ୍ୟ ହୋଇଥିଲା l ବାରମ୍ବାର ଚଢାଉ ପରେ ମଧ୍ୟ କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଗୁପ୍ତ ବୁଝାମଣା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ବର୍ଷ ବର୍ଷ ଧରି ପଞ୍ଜୀକରଣ ନଥାଇ ଗର୍ଭ ନିରୂପଣ ହେଉଥିବା ଓ ଏ ପ୍ରସଙ୍ଗ ରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଆଶ୍ଚର୍ଯ୍ୟାନ୍ବିତ କରିଛି l ଅନ୍ୟପକ୍ଷରେ ଏହି କାରବାର ର କାର୍ପଟଦାର ଡାକ୍ତର ରଞ୍ଜୀବ ରାଉତ ପଡ଼ୋଶୀ କେନ୍ଦୁଝର ଜିଲା ରେ ସରକାରୀ ଡାକ୍ତର ଭାବେ ଅବସ୍ଥାପିତ ରହିଥିବା ଜଣାପଡ଼ିଛି l ପୂର୍ବରୁ ୨୦୨୨ ଓ ୨୦୨୩ ରେ ଦୁଇ ଥର ସ୍ୱାସ୍ଥ୍ୟ ବିଭାଗ ଚଢାଉ କରିଥିଲେ ମଧ୍ୟ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଆଜି ପର୍ଯ୍ୟନ୍ତ ଏହି ଗର୍ହିତ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି | ବୋହୁ ସ୍ଥାନରେ ଏଭଳି ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବାରୁ କନ୍ୟା ଭୃଣ ହତ୍ୟା ବୃଦ୍ଧି ପାଇଛି ଯାହାଫଳରେ ଯାଜପୁର ଜିଲାରେ ପୁଅ ମାନଙ୍କ ତୁଳନାରେ ଝିଅ ସଂଖ୍ୟା ହ୍ରାସ ପାଉଥିବା ସରକାରୀ ରିପୋର୍ଟ ରୁ ଜଣାପଡିଛି | ଯାହା ଆଗାମୀ ଭବିଷ୍ୟତ ପାଇଁ ଚିନ୍ତାଜନକ |

ଏହି ଚଢ଼ାଉରେ ଯାଜପୁର ଉପ ଜିଲାପାଳ ବାସୁଦେବ ନାୟକ ମାଜିଷ୍ଟ୍ରେଟ ଦାୟିତ୍ଵରେ ରହିଥିଵା ବେଳେ ରାଜ୍ୟ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ଡାକ୍ତର ପ୍ରତିଭା ପ୍ରଧାନ ନୋଡାଲ ଅଫିସର ଭାବେ ଚଢ଼ାଉ ଦଳର ନେତୃତ୍ୱ ନେଇଥିଲେ l ଏ.ଡି.ପି.ଏଚ.ଓ ଡାକ୍ତର ପ୍ରଦୀପ କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗ ରାଜ୍ୟ ସଂଯୋଜିକା ଡାକ୍ତର ଶ୍ରାବଣୀ ଦାସ ଙ୍କ ସମେତ ଏହି ଦଳରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ ଜଣ ଜିଲା ସ୍ୱାସ୍ଥ୍ୟ ବିଭାଗର ୫ ଜଣ ସାମିଲ ରହିଥିଲେ l ଆଇନ ପରାମର୍ଶଦାତା ଦେବାଶିଷ ପ୍ରଧାନ ଓ ମନୋରଞ୍ଜନ ପ୍ରଧାନ ଚଢାଉ ବେଳେ ଉପସ୍ଥିତ ରହି ଆଇନଗତ ଦିଗକୁ ତର୍ଜମା କରିଥିଲେ l ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ଉପସ୍ଥିତି ରହିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking