33.1 C
Bhubaneswar
Wednesday, October 16, 2024
Homeଓଡିଶାଅଁଳା ଖାଇଲେ ମିଳିପାରେ ଏହି ସବୁ ଫାଇଦା....

ଅଁଳା ଖାଇଲେ ମିଳିପାରେ ଏହି ସବୁ ଫାଇଦା….

ଭୁବନେଶ୍ୱର : ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । ଏହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ । ଖାସ୍ କରି ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍ତମ ଫଳ । ଏହା ରକ୍ତରେ ଗ୍ଲୁକୋଜ ବୃଦ୍ଧିକୁ ରୋକିଥାଏ । ମେଟାବୋଲିଜିମରେ ସୁଧାର ଆଣେ । ବ୍ଲଡ ସୁଗାର ନିୟନ୍ତ୍ରଣ କରୁଥିବାରୁ ମଧୁମେହ ରୋଗୀଙ୍କୁ ଦୈନିକ ଆହାରରେ ଅଁଳା ସାମିଲ କରିବାକୁ ପରାମର୍ଶ ଦିଆଯାଏ । ଅଁଳା ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି, ପ୍ରୋଟିନ, ଫାଇବର, କ୍ୟାଲେସିୟମ, ପୋଟାସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ବ ରହିଥାଏ । ଅଁଳା ତ୍ବଚା ଓ କେଶ ଲାଗି ମଧ୍ୟ ଲାଭଦାୟକ । ପ୍ରତିଦିନ ଅଁଳା ଖାଇଦ୍ବା ଦ୍ବାରା ଚେହେରାରେ ଚମକ ଆସିବା ସହ ବ୍ରଣ ସମସ୍ୟା କମିଥାଏ। କେଶ ଝଡିବା କମ୍ ହୁଏ ।  ଅଁଳାରେ ଆଣ୍ଟି-ହାଇପରଲିପିଡେମିଆ, ଆଣ୍ଟିଡାଇବେଟିକ, ଆଣ୍ଟିକ୍ୟାନ୍ସର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ବାରା ଶରୀରକୁ ଆଉ କ’ଣ ଫାଇଦା ମିଳେ..

ହୃଦୟ ସୁସ୍ଥ ରଖେ: ଅଁଳାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅକ୍ସିଡେଟିଭ ଷ୍ଟ୍ରେସ୍ ଓ ପ୍ରଦାହ କମ୍ କରି ହୃଦୟ ସ୍ବାସ୍ଥ୍ୟ ଭଲ ରଖେ । ଏହା ରକ୍ତରେ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ । ଯାହାକି ହୃଦୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରତିଦିନ ଅଁଳା ସେବନ ଦ୍ବାରା ହୃଦଜନିତ ରୋଗ ଆଶଙ୍କା କମିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଭିଟାମିନ ସିରେ ଭରପୂର ଅଁଳା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସାହାଯ୍ୟ କରେ । ଭିଟାମିନ ସି ଏକ ଜରୁରୀ ପୋଷକ ତତ୍ତ୍ବ ଯାହା ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ ଏବଂ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ । ଏହା ବିଭିନ୍ନ ରୋଗ ଓ ଋତୁକାଳୀନ ସଂକ୍ରମଣରୁ ସୁରକ୍ଷା ଦିଏ ।

ତ୍ବଚା ଓ କେଶ ପାଇଁ ଲାଭଦାୟକ: ଅଁଳା ସ୍ବାସ୍ଥ୍ୟ ସହିତ ଆମର ଚେହେରା ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ବୟସ ବଢିବାର ଲକ୍ଷଣ କମ୍ କରିଥାଏ । ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ବଚାକୁ ସୁସ୍ଥ ଓ ଚମକଦାର କରିଥାଏ । ବ୍ରଣ ସମସ୍ୟା ଦୂର କରେ । ସେହିପରି ଅଁଳା ଖାଇବା ଦ୍ବାରା କେଶ ଘନ, କଳା ଓ ଲମ୍ବା ହୋଇଥାଏ । ଏଥିରେ ରହିଥିବା ପୋଷକ ତତ୍ତ୍ବ କେଶର ମୂଳକୁ ପୋଷଣ ଯୋଗାଇ ଏହାକୁ ମଜଭୁତ କରିଥାଏ । ଏଥିସହ ସମୟ ପୂର୍ବରୁ କେଶ ପାଚିବା ମଧ୍ୟ ରୋକିଥାଏ ।

ବ୍ଲଡସୁଗାର ନିୟନ୍ତ୍ରଣ କରେ: କିଛି ଅଧ୍ୟୟନରୁ ଜଣାପଡେ ଯେ, ଅଁଳା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ପଲିଫେନୋଲ୍ସ ଇନସୁଲିନ ତିଆରି ପ୍ରକ୍ରିୟାକୁ ଉନ୍ନତ କରେ ଓ ରକ୍ତରେ ଶର୍କରା ବା ସୁଗାର ସ୍ତର କମ୍ କରେ । ଯାହାକି ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking