21.1 C
Bhubaneswar
Wednesday, February 11, 2026
Homeଅପରାଧପ୍ରଧାନ ଶିକ୍ଷକଙ୍କ ନାରକୀୟ କାଣ୍ଡ; ସ୍କୁଲ ଛାତ୍ରୀଙ୍କୁ ୧୦ ବର୍ଷ ଧରି ଦେଉଥିଲେ ଯୌନ ନିର୍ଯାତନା

ପ୍ରଧାନ ଶିକ୍ଷକଙ୍କ ନାରକୀୟ କାଣ୍ଡ; ସ୍କୁଲ ଛାତ୍ରୀଙ୍କୁ ୧୦ ବର୍ଷ ଧରି ଦେଉଥିଲେ ଯୌନ ନିର୍ଯାତନା

ନୂଆଦିଲ୍ଲୀ: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଲେ ଶିକ୍ଷକ। ସ୍କଲରେ ଛାତ୍ରୀଙ୍କୁ ‘ବେବି’ ଡାକି ଦେଉଥିଲେ ଯୌନ ନିର୍ଯାତନା। ଆମେରିକାର ଏକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ୧୦ ବର୍ଷ ଧରି ଯୌନ ନିର୍ଯାତନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମ୍ୟାନହାଟନ ପବ୍ଲିକ ସ୍କୁଲର ଜଣେ ପୂର୍ବତନ ପ୍ରଧାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ୧୦ ବର୍ଷ ଧରି ଲଗାତାର ଅସଦାଚରଣ କରିବା ସହ ଅଶ୍ଳୀଳ ମେସେଜ ଓ ଇମେଲ ପଠାଇ ମାନସିକ ନିର୍ଯାତନା ଦେଉଥିଲେ।

ଏହା ପୂର୍ବରୁ ନାବାଳିକାଙ୍କୁ ୧୮ ବର୍ଷ ହେବାକୁ ଥିବା ବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। ଏବେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କୋର୍ଟରେ ଶୁଣାଣି ଚାଲିଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ପୀଡ଼ିତା ୱାଶିଂଟନ୍ ହାଇଟ୍ସ ଏକ୍ସପେଡିସନାରୀ ଲର୍ଣ୍ଣିଂ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବ୍ରେଟ୍ କିମେଲଙ୍କ ଖରାପ ନଜରରେ ଥିଲେ। ସେ ତାଙ୍କୁ ସ୍କୁଲରେ ‘ପ୍ରିନସେସ୍‌’ ଏବଂ ‘ବେବି’ ବୋଲି ଡାକୁଥିଲେ। ଏଥିସହ ସ୍କୁଲ ସମୟରେ ସେ ତାଙ୍କୁ ନିଜ କାର୍ ରେ ବସାଇ ବୁଲିବାକୁ ବାହାରକୁ ନେଇ ଯାଉଥିଲେ।

ଏହି ସମୟରେ ସେ ତାଙ୍କୁ ଅସଦାଚରଣ କରୁଥିଲେ, କିନ୍ତୁ ଛୋଟ ଥିବାରୁ ନାବାଳିକା ପ୍ରତିରୋଧ କରିପାରିନଥିଲେ। ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ଏହି ମାମଲାରେ ଅଭିଯୋଗ କରାଯାଇଛି ଯେ ପ୍ରଧାନ ଶିକ୍ଷକ ବ୍ରେଟ୍ କିମେଲ୍ ତାଙ୍କୁ ପ୍ରାୟ ପ୍ରତିଦିନ ଯୌନ ନିର୍ଯାତନା ଦେବା ସହ ଓରାଲ୍ ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ନୂଆ ବର୍ଷ ଆରମ୍ଭରେ ସେ ପ୍ରତିଦିନ ଅନେକ ଅଶ୍ଳୀଳ ମେସେଜ ଓ ଇମେଲ ପଠାଉଥିଲେ। ତାଙ୍କୁ ସାର୍ଟଲେସ୍ ସେଲଫି ପଠାଇବାକୁ ମଧ୍ୟ କୁହାଯାଉଥିଲା। ୨୦୧୨ରେ ଛାତ୍ରୀଙ୍କ ବଡ଼ ଭଉଣୀ କିମେଲଙ୍କୁ ତାଙ୍କ ଅଶ୍ଳୀଳ ମେସେଜ ବିଷୟରେ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ସେ ନିଜ ଆଚରଣରୁ ବିରତ ନଥିଲେ ଏବଂ ଛାତ୍ରୀଙ୍କ ୧୮ତମ ଜନ୍ମଦିନ ପୂର୍ବରୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking