32.1 C
Bhubaneswar
Wednesday, September 18, 2024
Homeଅପରାଧମୁଣ୍ଡବିହୀନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । କାନପୁରର ଗୁଜୈନି ଜାତୀୟ ରାଜପଥ ନିକଟରୁ ଏକ ମୁଣ୍ଡବିହୀନ ଉଲଗ୍ନ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ରାସ୍ତାକଡ଼କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ମହିଳାଙ୍କ ପରିଚୟ ମିଳିପାରିନାହିଁ କି ଅଭିଯୁକ୍ତଙ୍କୁ ଠାବ କରାଯାଇପାରିନାହିଁ । ବୁଧବାର ସକାଳ ୬.୧୫ରେ ପ୍ରଥମେ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ମହିଳାଙ୍କ ମୁଣ୍ଡକଟା ଯାଇଥିବାରୁ ଶରୀରକୁ ଚିହ୍ନଟ କରିବା ପୁଲିସ୍ ପକ୍ଷେ ସମ୍ଭବ ହୋଇପାରିନାହିଁ । ତେବେ ପୁଲିସ ଏବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଆଧାର କରି ତନାଘନା ଜାରି ରଖିଛି ।
ପୁଲିସ ଅନୁସାରେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ କିଛି ସୁରାଗ୍ ମିଳିବ । ଫାରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ଦାନ୍ତ ଏବଂ ହାଡ଼ ନମୁନା ସଂଗ୍ରହ କରି ତଦନ୍ତ ଜାରି ରଖିଛି । ସବୁଠୁ ବଡ଼କଥା ହେଉଛି ସମଗ୍ର କାନପୁର ଜିଲ୍ଲାରେ ମଧ୍ୟ କୌଣସି ମହିଳାଙ୍କ ନିଖୋଜ ସମ୍ପର୍କୀତ ମାମଲା ରୁଜୁ ହୋଇନାହିଁ । ତେଣୁ ମୃତ ମହିଳା ସ୍ଥାନୀୟ ଅଞ୍ଚଳର ନା ଅନ୍ୟ କେଉଁ ଅଞ୍ଚଳର ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନାହିଁ । ଉତ୍ତରପ୍ରଦେଶ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ଘଟଣାକୁ ଆଶ୍ଚର୍ଯ୍ୟଜନକ କହିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସରକାର ରାଜନୀତିରୁ ଊର୍ଦ୍ଧ୍ୱରୁ ଉଠି ଘଟଣାର ପୁଙ୍ଖାନୁପୁଙ୍ଖ ନିର୍ଦ୍ଦେଶ ଦେବେ ବୋଲି ସେ ଆଶା କରୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking