23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା : ରିପୋର୍ଟ

ଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା : ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି । ବିଶ୍ୱ ମୁଣ୍ଡ ଓ ବେକ କର୍କଟ ଦିବସ ଅବସରେ ୧୮ଶହ ୬୯ ଜଣ କର୍କଟ ରୋଗୀଙ୍କୁ ନେଇ ହୋଇଥିବା ଏକ ସର୍ଭେର ରିପୋର୍ଟ ସାମନାକୁ ଆସିଛି । ଯୁବପୀଢିଙ୍କ ମଧ୍ୟରେ ତମାଖୁ ସେବନ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି । ତେବେ ବ୍ୟାପକ ସଚେତନତା ଦ୍ୱାରା ଏହାକୁ ରୋକିହେବ ବୋଲି ବିଶେଷଜ୍ଞ କହିଛନ୍ତି । ଭାରତରେ ପ୍ରାୟ ଦୁଇ ତୃତୀୟାଂଶ କର୍କଟ ରୋଗ ବିଳମ୍ବରେ ଚିହ୍ନଟ ହୋଇଥାଏ ।

ତେବେ ୮୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ଆରୋଗ୍ୟ ସାଧ୍ୟ ହୋଇଥିବା ବେଳେ, ଆଗୁଆ ପରୀକ୍ଷଣର ଆବଶ୍ୟକତା ଥିବା ବିଶେଷଜ୍ଞ ମାନେ ମତ ରଖିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ କର୍କଟ ହେଉଛି ଅନେକ ରୋଗର ଏକ ଗୋଷ୍ଠୀ, ଯାହା ଶରୀରର ଯେକୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ଟ୍ୟୁମର ବା ନିଓପ୍ଲାଜମରୁ ଆରମ୍ଭ ହୁଏ କର୍କଟ ।

ଯେତେବେଳେ ଶରୀରରେ ସାଧାରଣ କୋଷଗୁଡିକ କର୍କଟ କୋଷରେ ପରିଣତ ହୁଏ ସେତେବେଳେ ଟ୍ୟୁମର ହୁଏ । ଟ୍ୟୁମରରୁ ଧୀରେ ଧୀରେ କର୍କଟ ସୃଷ୍ଟି ହୁଏ ଏବଂ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଯାଏ । ମସ୍ତିଷ୍କ, ଯକୃତ, ବୃକକ୍‌, ଫୁସଫୁସ, ସ୍ତନ, ରକ୍ତ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ କର୍କଟ ସୃଷ୍ଟି ହୋଇପାରେ । କର୍କଟ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ହୋଇନଥାଏ । ଭିନ୍ନ ଭିନ୍ନ କାରଣରୁ ବିଭିନ୍ନ ପ୍ରକାର କର୍କଟ ହୋଇଥାଏ । ଧୂମପାନ, ମଦ୍ୟପାନ, ମୋଟାପଣ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ଭଳି କେତେକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଅଭ୍ୟାସ କର୍କଟ ରୋଗର କାରଣ ହୋଇପାରେ । କର୍କଟ ରୋଗ ପାଇଁ ଜେନେଟିକ୍ସ ମଧ୍ୟ ଏକ ପ୍ରମୁଖ ବିପଦ କାରଣ । ଯେଉଁମାନଙ୍କର ପରିବାରରେ ପୂର୍ବରୁ କର୍କଟ ରୋଗ ଅଛି, ସେମାନଙ୍କ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking