28.1 C
Bhubaneswar
Sunday, March 22, 2026
Homeଓଡିଶାବନ୍ଧୁକ ଦେଖାଇ ଲୁଟିନେଲେ ହଜାର ହଜାର ଟଙ୍କା

ବନ୍ଧୁକ ଦେଖାଇ ଲୁଟିନେଲେ ହଜାର ହଜାର ଟଙ୍କା

କଟକ : ବନ୍ଧୁକ  ମୁନରେ  ବ୍ୟବସାୟୀଙ୍କ ଠାରୁ କରୁଛନ୍ତି ଲୁଟ ।   ତିନି ଦିନରେ ତିନୋଟି ଲୁଟ ।  ଏଭଳି ଘଟଣା ଘଟିଛି କଟକ ଜିଲ୍ଲା  ବାରଙ୍ଗ ଥାନା ଅଞ୍ଚଳରେ । ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି। ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ତାଙ୍କଠାରୁ ୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସମାନ ଢଙ୍ଗରେ ଗତକାଲି ଷଣ୍ଢପୁର ରେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ହଜାର ଟଙ୍କା ଲୁଟି ନେଇଥିଲେ ଲୁଟେରାମାନେ। ଏହାର ପୂର୍ବ ଦିନ ଗୋଡିସାହି ସ୍କୁଲ ଏବଂ ଷଣ୍ଢପୁର କେନାଲ ରାସ୍ତାରୁ ୨ଜଣ ବ୍ୟବସାୟୀ ମଧ୍ୟ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ଲୁଟେରାଙ୍କ ଟେର୍ ପାଇନି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking