26.1 C
Bhubaneswar
Sunday, April 6, 2025
Homeଦେଶ ବିଦେଶପତ୍ନୀଙ୍କୁ ପ୍ରେମିକ ସହ ବିବାହ କରାଇଥିଲେ; ଶେଷରେ କ’ଣ ହେଲା ଜାଣନ୍ତୁ..

ପତ୍ନୀଙ୍କୁ ପ୍ରେମିକ ସହ ବିବାହ କରାଇଥିଲେ; ଶେଷରେ କ’ଣ ହେଲା ଜାଣନ୍ତୁ..

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବବ୍ଲୁ ନାମକ ଜଣେ ଯୁବକ ତାଙ୍କ ପତ୍ନୀ ରାଧିକାଙ୍କୁ ତାଙ୍କ ପ୍ରେମିକ ବିକାସ ସହିତ ବିବାହ କରାଇଥିଲେ। କିନ୍ତୁ ମାତ୍ର କିଛି ଦିନ ପରେ ସେ ନିଜର ଭୁଲ ବୁଝି ପତ୍ନୀଙ୍କୁ ପୁଣି ଘରକୁ ଫେରାଇ ଆଣିଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବବ୍ଲୁ ଏବଂ ରାଧିକା ୨୦୧୭ ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ବବ୍ଲୁ ଜଣେ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ରାଧିକା ଗାଁରେ ରହୁଥିଲେ। ଏହି ସମୟରେ ରାଧିକାଙ୍କର ଗାଁର ଜଣେ ଯୁବକ ବିକାସଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଏହି ସମ୍ପର୍କ ବହୁ ଦିନ ଧରି ଚାଲିଥିଲା ଏବଂ ଶେଷରେ ବବ୍ଲୁଙ୍କ ପରିବାର ଏହା ଜାଣିବାକୁ ପାଇଥିଲେ। ବବ୍ଲୁ ଏହି ସୂଚନା ପାଇବା ପରେ ଗାଁକୁ ଫେରି ସ୍ଥିତିର ଅନୁସନ୍ଧାନ କରିଥିଲେ ଓ ଶେଷରେ ଉଭୟ ସମ୍ପର୍କରେ ଥିବା ଜାମିବାକୁ ପାଇଥିଲେ। ସାଧାରଣତଃ ଏପରି ପରିସ୍ଥିତିରେ ସଂଘର୍ଷ କିମ୍ବା ବିବାଦ ଦେଖାଦେଇଥାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବବ୍ଲୁ ଏକ ଭିନ୍ନ ପଥ ବାଛିଥିଲେ। ସେ ମାର୍ଚ୍ଚ ୨୫ ତାରିଖରେ ଆଇନଗତ ପ୍ରକ୍ରିୟା ଅନୁସାରେ ରାଧିକା ଏବଂ ବିକାସଙ୍କ ବିବାହ ପାଇଁ ଦସ୍ତାବିଜ ନୋଟାରାଇଜ୍ କରାଇ ଏକ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ କରାଇ ଦେଇଥିଲେ। ବବ୍ଲୁ ନିଜେ ଏହି ବିବାହର ସାକ୍ଷୀ ହୋଇଥିଲେ ଏବଂ ଦୁଇ ସନ୍ତାନଙ୍କୁ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ପତ୍ନୀମାନଙ୍କ ଦ୍ୱାରା ସ୍ୱାମୀଙ୍କୁ ହତ୍ୟା କରାଯାଉଥିବା ଘଟଣା ତାଙ୍କୁ ଭୟଭୀତ କରିଥିଲା, ତେଣୁ ସେ ଏହି ପଦକ୍ଷେପ ନେଇଥିଲେ।

କିନ୍ତୁ ଏହି କାହାଣୀ ଏଠାରେ ଶେଷ ହୋଇନଥିଲା। ବିବାହର ମାତ୍ର ତିନି ଦିନ ପରେ ବବ୍ଲୁ ରାଧିକାଙ୍କୁ ବିକାସଙ୍କ ଘରୁ ଫେରାଇ ଆଣିଥିଲେ। ସେ କହିଥିଲେ ଯେ, ଦୁଇ ସନ୍ତାନଙ୍କୁ ଏକାକୀ ଦେଖାଶୁଣା କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା ଏବଂ ସେ ନିଜ ଭୁଲ ବୁଝି ପାରିଥିଲେ। ବିକାସଙ୍କ ମା’ ଗାୟତ୍ରୀ ଖବର ସରବରାହ ସଂସ୍ଥା ଇଣ୍ଡିଆଟୁଡେ ଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ସେ (ରାଧିକା) ତୃତୀୟ ଦିନରେ ଘରକୁ ଫେରିଛନ୍ତି। ବବ୍ଲୁ ତାଙ୍କୁ ନେବାକୁ ଆସିଥିଲେ ଏବଂ କହିଥିଲେ ଯେ ସେ ଏକାକୀ ସନ୍ତାନମାନଙ୍କୁ ସାମ୍ନା କରି ପାରୁନଥିଲେ। ସନ୍ତାନମାନଙ୍କୁ ଦେଖି ଆମେ ତାଙ୍କୁ ଯିବାକୁ ଦେଇଥିଲୁ। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। କେହି ବବ୍ଲୁଙ୍କ ଉଦାରତା ଏବଂ ପରିପକ୍ୱତାକୁ ପ୍ରଶଂସା କରିଛନ୍ତି, ତ ଆଉ କେହି ଏହାକୁ ଏକ ଅସାଧାରଣ ଏବଂ ଅଜଣା ନିଷ୍ପତ୍ତି ଭାବେ ଦେଖିଛନ୍ତି। ଏହା ସମାଜରେ ପ୍ରେମ, ବିବାହ ଏବଂ ପରିବାର ସମ୍ପର୍କରେ ନୂଆ ପ୍ରଶ୍ନ ଉଠାଇଛି। ତେବେ ଏହାକୁ ନେଇ ବିଭିନ୍ନ ସାମଜିକ ଗଣମାଧ୍ୟମରେ ୟୁଜର୍ସ ମାନେ ଭିନ୍ନଭିନ୍ନ ରାୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking