27.1 C
Bhubaneswar
Thursday, February 12, 2026
Homeଅପରାଧସ୍ତ୍ରୀ, ପୁତୁରାକୁ ହାଣିଦେଲା କାଳୁ

ସ୍ତ୍ରୀ, ପୁତୁରାକୁ ହାଣିଦେଲା କାଳୁ

ପୁରୀ : ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁତୁରାଙ୍କୁ ଭୁଜାଲିରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗୁଣ୍ଡିଚା ପ୍ରଧାନ ଓରଫ କାଳୁ ଅଟକ ରଖି ପଚରାଉଚରା କରୁଛି। କାଳୁ ଶ୍ୱଶୁର ଘରେ ରହୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ନିଜ ସ୍ତ୍ରୀ ସହ ତାଙ୍କର ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ କାଳୁ ଏକ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ସେହି ସମୟରେ କାଳୁଙ୍କ ଦେଢ଼ ଶାଶୁର ପୁଅ ଆସି ତାଙ୍କୁ ଅଟକାଇଥିଲା। କାଳୁ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ। ପୁତୁରାକୁ ମଧ୍ୟ ଆକ୍ରମଣ କରିଥିଲେ। କାଳୁଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ କାଳୁଙ୍କୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ। ପୁଲିସ କାଳୁଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking