18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶସହକର୍ମୀଙ୍କୁ ଏସିଡ ମାଡ଼ କରିବାକୁ ଧମକ ଦେବାରୁ ଚାଲିଗଲା ଚାକିରି

ସହକର୍ମୀଙ୍କୁ ଏସିଡ ମାଡ଼ କରିବାକୁ ଧମକ ଦେବାରୁ ଚାଲିଗଲା ଚାକିରି

ବେଙ୍ଗାଲୁରୁ: ସହକର୍ମୀଙ୍କୁ ଧମକ ଦେବାରୁ ଚାଲିଗଲା ଚାକିରି । ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା । ସହକର୍ମୀଙ୍କ ପୋଷାକ ପିନ୍ଧିବା ଶୈଳୀ ପସନ୍ଦ ନଆସିବାରୁ ଅଭିଯୁକ୍ତ ଏସିଡ ପକାଇବାକୁ ଧମକ ଦେଇଥିବା ଜଣାଯାଇଛି । ପୀଡ଼ିତାଙ୍କ ସ୍ୱାମୀ ଏନେଇ ସୋସିଆଲ ମିଡିଆରେ ଚିନ୍ତା ବ୍ୟକ୍ତ କରିବା ସହ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ପୀଡ଼ିତାଙ୍କ ସ୍ୱାମୀ ଅଭିଯୋଗ ଆଣିବା ପରେ ଅଭିଯୁକ୍ତକୁ ଚାକିରିରୁ ବହିଷ୍କାର କରିଛି କମ୍ପାନି । ପୀଡ଼ିତାଙ୍କ ସ୍ୱାମୀ ତଥା ସାମ୍ବାଦିକ ଶେହବାଜ ଅନସାର ଏକ୍ସ ପୋଷ୍ଟରେ ଅଭିଯୁକ୍ତର ଇନଷ୍ଟା ପ୍ରୋଫାଇଲର ଓ ସେ ପଠାଇଥିବା ମେସେଜର ସ୍କ୍ରିନସଟ ସେୟାର କରି ଲେଖିଥିଲେ ଯେ, ଏହି ବ୍ୟକ୍ତି ମୋ ସ୍ତ୍ରୀଙ୍କ ପୋଷାକ ପିନ୍ଧିବା ଶୈଳୀକୁ ପସନ୍ଦ କରୁନଥିବାରୁ ତାଙ୍କ ମୁହଁରେ ଏସିଡ୍ ପକାଇବାକୁ ଧମକ ଦେଉଛନ୍ତି । କୌଣସି ଅଘଟଣ ଯେପରି ନହୁଏ ସେଥିପାଇଁ ତୁରନ୍ତ ଏହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ଏହି ପୋଷ୍ଟରେ ସେ କର୍ଣ୍ଣାଟକର ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଥିବା ଦେଖାଯାଇଛି । ପୋଷ୍ଟରୁ ଅଭିଯୁକ୍ତର ନାମ ନିକିଥ ସେଟ୍ଟୀ ବୋଲି ଜଣାପଡିଛି । ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ କୌଣସି ସୂଚନା ମିଳିନଥିବା ବେଳେ ଅଭିଯୁକ୍ତ କାମ କରୁଥିବା କମ୍ପାନି ତାକୁ ଚାକିରିରୁ ବାହାର କରିଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking