25.1 C
Bhubaneswar
Tuesday, March 24, 2026
Homeଅପରାଧଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀଙ୍କୁ ମାରିଦେଲା ସ୍ୱାମୀ

ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀଙ୍କୁ ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ସେଦିନ ଥିଲା ୨୪ ଜୁଲ୍ଲାଇ ୨୦୨୦। ଭୁବନେଶ୍ୱର ଏୟାରପୋର୍ଟ ଥାନା ଥାନା ଅଧିନରେ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ। ଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ। ସେଦିନର ବିଭତ୍ସ ହତ୍ୟାକାଣ୍ଡ କେବଳ ରାଜଧାନୀ ନୁହେଁ ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ୭ ମାସର ବାହାଘର ପରେ, ଅଭିଯୁକ୍ତକ ମୁରଲୀଧର ବେହେରା ପତ୍ନୀ ଶକୁନ୍ତଳା ମାଝୀଙ୍କୁ ଏଭଳି ନିର୍ମମ ହତ୍ୟା କରିପାରିବ ଏକଥା କେହି ବିଶ୍ୱାସ କରି ପାରୁ ନଥିଲେ। ଏଇଥିପାଇଁ ଯେ, ଯୌତୁକ ନେବାର ନିଶା ଘାରିଥିଲା ମୁରଲୀ ମୁଣ୍ଡରେ। ଯାହାକୁ ନେଇ ପ୍ରତିଦିନ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲା ମୁରଲୀ।

ଚିତ୍କାର କରୁଥିଲା, ବିବାହ ବେଳେ ଛିଣ୍ଡିଥିବା ୭୦ ହଜାର ଟଙ୍କାରୁ ମାତ୍ର ୨୦ ହଜାର ମିଳିଛି ହେଲେ ବାକି ଟଙ୍କା କେବେ ଆଣିବୁ। ଶେଷରେ ତୁଣ୍ଡରୁ ରାଗ ମୁଣଅଡକୁ ଚଢିଲା ଆଉ ଅଭିଯୁକ୍ତ ମୁରଲିଧର ଏକ ହାତୁଡିଶକୁନ୍ତଳାଙ୍କ କାନମୁଣ୍ଡାକୁ ଛେଚିଦେଲା । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଶକୁନ୍ତଳା। ଉଦବେଗର ବିଷୟ ଥିଲା ସେତେବେଳକୁ ସିଏ ଥିଲେ ଗର୍ଭବତୀ । ଏପଟେ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଢେର ଉଦ୍ୟମ କରିଥିଲା ମୁରଲୀ।

୧୨ ଜଣ ସାକ୍ଷୀଙ୍କ ଜମାନବନ୍ଦୀକୁ ବିଚାର କରି ଦୀର୍ଘ ୪ ବର୍ଷ ପରେ ଏୈତିହାସିକ ରାୟ ଦେଇଛନ୍ତି କୋର୍ଟ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବନ୍ଦନା କରଙ୍କ କୋର୍ଟ ପତ୍ନୀହନ୍ତା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଛନ୍ତି। ଯୌତୁକ ନିର୍ଯାତନା ବନ୍ଦ ପାଇଁ ଆଇନରେ ଅନେକ କଥା ରଖାଯାଇଛି। କିନ୍ତୁ ଶକୁନ୍ତଳାଙ୍କ ମୃତ୍ୟୁ ବୟାନ କରୁଛି ଆଜିବି ଯୌତୁକ ପାଇଁ ମୁଣ୍ଡ ଗଡୁଛି। ବଡକଥା ହେଉଛି ଯେପର୍ଯନ୍ତ ତ୍ୱରିତ ନ୍ୟାୟ ନ ମିଳିଛି ଏବଂ କୋର୍ଟ ଏହିଭଳି କଠୋର ହେଇ ନାହାନ୍ତି, ଏହି ବ୍ୟବସ୍ଥାରେ ପୁର୍ଣଛେଦ ପଡିବା ସମ୍ଭାବନା କ୍ଷୀଣ । ସେପଟେ ଫାଷ୍ଟ ଟ୍ରାକ ସ୍ପେସାଲ କୋର୍ଟ ପକସୋ ୧ କୋର୍ଟ ଜଣେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ୨୦୧୯ରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜଗଦାନନ୍ଦ ସାମଲକୁ ନନ୍ଦନକାନନ ଥାନା ପୁଲିସ ଗିରଫ କରିଥଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking