16.1 C
Bhubaneswar
Sunday, December 7, 2025
Homeଓଡିଶାବସ ପଛରେ କୁକୁରକୁ ଘୋଷାଡି ଘୋଷାଡି ନେଲେ

ବସ ପଛରେ କୁକୁରକୁ ଘୋଷାଡି ଘୋଷାଡି ନେଲେ

କେନ୍ଦୁଝର: ବସ ପଛରେ କୁକୁରକୁ ଘୋଷାଡି ଘୋଷାଡି  ନେଲେ। ବେକକୁ ବାନ୍ଧି  ଅତି ବର୍ବରତା ଭାବେ  ଘୋଷାଡି ଘୋଷାଡି ନିଆଗଲା ।ଏମିତି କିଛି ଦୃଶ୍ୟ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି । କେନ୍ଦୁଝର ବାଂଶପାଳ ବ୍ଲକ କାଦକଳା ଗାଁରେ କୁହାଯାଉଥିବା  ଏହି ଭିଡିଓରେ କୁକୁରର ବେକକୁ ବାନ୍ଧି ଏମିତି ଭାବେ ନିଆଯାଉଛି ଯାହା ସ୍ପଷ୍ଟ ଦେଖିବା ଓ ଦେଖେଇବା ଅସମ୍ଭବ ହୋଇପଡୁଛି ।  ମିଳିଥିବା ସୂଚନା ଅନୁସାରେ କୁକୁରକୁ ଗାଡି ଧକ୍କା ଦେବା ପରେ ତାର ମୃତ୍ୟୁ ହୋଇଥିଲା। କୁକୁରକୁ ଏମିତି ଘୋଷାଡି ଘୋଷାଡି  ନେଇଥିଲେ ବସର କର୍ମଚାରୀ ।  ହେଲେ ଏତେ ବର୍ବର ମଣିଷ କେମିତି ହୋଇପାରେ ନିଜ ହିତାହିତ ଜ୍ଞାନ କେମିତି ଭୁଲିଯାଇ ପାରେ । କୁକୁରର ମୃତ୍ୟୁ ଏଭଳି ଘୋଷାଡି ନେବାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି  ଭାଇରାଲ ଭିଡିଓକୁ ନେଇ ନାନା ପ୍ରଶ୍ନ  ସୃଷ୍ଟି ହୋଇଛି ।ଘଟଣାକୁ ନେଇ ବସରେ ଥିବା କର୍ମଚାରୀ  କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking