29.1 C
Bhubaneswar
Sunday, February 8, 2026
Homeଖେଳଆଡିଲେଡ୍ ଟେଷ୍ଟ୍‌ରୁ ହେଜଲଉଡ୍ ବାଦ୍

ଆଡିଲେଡ୍ ଟେଷ୍ଟ୍‌ରୁ ହେଜଲଉଡ୍ ବାଦ୍

ଆଡିଲେଡ୍‌: ଅଷ୍ଟ୍ରେଲିଆ ଫାଷ୍ଟ୍ ବୋଲର୍ ଜୋଶ୍ ହେଜଲ୍‌ଉଡ୍ ଡିସେମ୍ବର ୬ରୁ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ପେଟର ତଳଭାଗରେ ଯନ୍ତ୍ରଣା ଅନୁଭୂତ ହେଉଛି। ହେଜଲ୍‌ଉଡ୍‌ଙ୍କ ସ୍ଥାନରେ ସିନ୍ ଆବୋଲଟ୍ ଏବଂ ବ୍ରେଣ୍ଡନ୍ ଡୋଗେଟ୍‌ଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିବା କ୍ରିକେଟ୍ ଅଷ୍ଟ୍ରେଲିଆ ଶୁକ୍ରବାର ରାତିରେ ଏହା କହିଛି। ହେଜଲ୍‌ଉଡ୍ ପର୍ଥ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ୪ ଏବଂ ଦ୍ୱିତୀୟ ଇନିଂସ୍‌ରେ ଗୋଟିଏ ଏପରି ମୋଟ ୫ ୱିକେଟ୍ ଅକ୍ତିଆର କରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ର ଅଲ୍‌ରାଉଣ୍ଡର୍ ମିଚେଲ୍ ମାର୍ଶ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମାଂସପେଶୀରେ ଯନ୍ତ୍ରଣା ଦେଖାଦେଇଛି। ଫଳରେ ଦ୍ୱିତୀୟ ଟେଷ୍ଟ୍‌ରେ ତାଙ୍କର ଖେଳିବା ସନ୍ଦେହଜନକ। ତାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର୍ ବ୍ୟୁ ୱେବ୍‌ଷ୍ଟର୍‌ଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking