21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶହାସିନାଙ୍କୁ ଭୟ ଘାରିଲା: ୟୁନୁସ୍ ନେଲେ ଏହି ନିଷ୍ପତ୍ତି

ହାସିନାଙ୍କୁ ଭୟ ଘାରିଲା: ୟୁନୁସ୍ ନେଲେ ଏହି ନିଷ୍ପତ୍ତି

ଢାକା: ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ସମର୍ଥକଙ୍କ ବିରେଧରେ ଦମନ ଚକ୍ର ଆରମ୍ଭ କରିଛନ୍ତି। ବାଂଲାଦେଶ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିର୍ଦ୍ଦେଶ ପରେ ‘ଅପରେସନ ଡେଭିଲ ହଣ୍ଟ’ ନାମକ ଏକ ଅପରେଶନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ବାଂଲାଦେଶରେ ଶେଖ ହାସିନାଙ୍କ ଦଳ ଆୱାମୀ ଲିଗର ନେତା ଏବଂ କର୍ମୀମାନଙ୍କୁ ଟାର୍ଗେଟ କରାଯାଉଛି। ଶନିବାର ମଧ୍ୟରାତ୍ରିରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ ୧,୩୦୮ ଜଣଙ୍କୁ ଅଟକ ରଖାଯାଇଛି।

ସେହି ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ଶେଷ ଫାସିଷ୍ଟ ସମର୍ଥକଙ୍କୁ ଧରା ନ ପାଇବା ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଜାରି ରହିବ। ଶନିବାର ଢାକାର ଉପକଣ୍ଠରେ ଜଣେ ଆୱାମୀ ଲିଗ ନେତାଙ୍କ ବାସଭବନ ଭଙ୍ଗାରୁଜା କରିବା ସମୟରେ ଛାତ୍ର ପ୍ରଦର୍ଶନକାରୀମାନେ ଆହତ ହେବା ପରେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ସାରା ଦେଶରେ ଅପରେସନ ଡେଭିଲ ହଣ୍ଟ ଲାଗୁ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking