25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦିନିକିଆ ସିରିଜ୍‌ରୁ ହସାରଙ୍ଗା ଓ ଫର୍ଗୁସନ୍ ବାଦ୍‌

ଦିନିକିଆ ସିରିଜ୍‌ରୁ ହସାରଙ୍ଗା ଓ ଫର୍ଗୁସନ୍ ବାଦ୍‌

ଦାମ୍ବୁଲା: ଶ୍ର୍ରୀଲଙ୍କା ଷ୍ଟାର୍ ସ୍ପିନର୍ ୱାନିନ୍ଦୁ ହସାରଙ୍ଗା ବୁଧବାରଠାରୁ ଦାମ୍ବୁଲାରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଲେଗ୍ ସ୍ପିନ୍ ଦୁଶନ୍ ହେମନ୍ତଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ଶ୍ରୀଲଙ୍କା ଟିମ୍‌ରେ ସାମିଲ କରାଯାଇଛି। ରବିବାର କିୱି ଟିମ୍ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ହସାରଙ୍ଗା ହାମ୍‌ଷ୍ଟ୍ରିଙ୍ଗ୍‌ର ସମ୍ମୁଖୀନ ହୋଇଥିଲେ। ମ୍ୟାଚ୍‌ରେ ସେ ପୂରା ୪ ଓଭର୍ ବୋଲିଂ କରି ୪ଟି ୱିକେଟ୍ ମଧ୍ୟ ନେଇଥିଲେ। ତେବେ ମ୍ୟାଚ୍ ପରେ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପୂର୍ବରୁ ଅଗଷ୍ଟରେ ମଧ୍ୟ ସମାନ ଆଘାତଜନିତ କାରଣରୁ ହସାରଙ୍ଗା ଭାରତ ବିପକ୍ଷ ଘରୋଇ ସିରିଜ୍ ଖେଳିନଥିଲେ।
ସେହିପରି ନ୍ୟୁଜିଲାଣ୍ଡର ଷ୍ଟାର୍ ଫାଷ୍ଟ୍ ବୋଲର୍ ଲକି ଫର୍ଗୁସନ୍ ମଧ୍ୟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଦୁସରା ପକାଉଥିବା ବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ସ୍କାନ୍ ପାଇଁ ଆଜି ନ୍ୟୁଜିଲାଣ୍ଡ ଫେରିବେ। ଏହାପରେ ଆଘାତ ସମ୍ପର୍କରେ ବିସ୍ତୃତ ଭାବେ ଜଣାପଡ଼ିବ। ଲକି ଫର୍ଗୁସନ୍‌ଙ୍କ ସ୍ଥାନରେ କିୱି ଦିନିକିଆ ଟିମ୍‌ରେ ଆଦାମ୍ ମିନ୍‌ଲେଙ୍କୁ ସାମିଲ କରାଯାଇଛି। ସେ ଆସନ୍ତାକାଲି ଦାମ୍ବୁଲାରେ ଟିମ୍‌ରେ ସାମିଲ ହେବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking