19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶହରିଆଣା ବିଧାନସଭା ନିର୍ବାଚନ: କଂଗ୍ରେସର ମେଣ୍ଟ ଆଶା ଧୂଳିସାତ୍‌; ସବୁ ଆସନରେ ଏକାକି ଲଢ଼ିବ ଆପ୍‌

ହରିଆଣା ବିଧାନସଭା ନିର୍ବାଚନ: କଂଗ୍ରେସର ମେଣ୍ଟ ଆଶା ଧୂଳିସାତ୍‌; ସବୁ ଆସନରେ ଏକାକି ଲଢ଼ିବ ଆପ୍‌

ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସହ କୌଣସି ମେଣ୍ଟ କରାଯିବ ନାହିଁ। ସବୁତକ ଆସନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏକାକୀ ନିର୍ବାଚନ ଲଢ଼ିବ। ସୋମବାର ଅପରାହ୍ନରେ ପୂର୍ବତନ ରାଜ୍ୟ ଆପ୍ ମୁଖ୍ୟ ସୁଶୀଲ ଗୁପ୍ତା ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଦଳ ରାଜ୍ୟର ସମସ୍ତ ୯୦ଟି ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ସହ ଆପ୍‌ର ଚାଲିଥିବା ଆସନ ଭାଗବଣ୍ଟା ଚୂଡାନ୍ତ ହୋଇପାରିନଥିବାରୁ ଦଳ (ଆପ୍‌) ଏଠାରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏଥିସହ ଆପ୍ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ୨ଠ ଟି ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରାଯାଇଛି। ସୁଶୀଲ କହିଛନ୍ତି, “ଆମେ କଂଗ୍ରେସ ସହ ମେଣ୍ଟ ଗଠନକୁ ଅପେକ୍ଷା କରିଥିଲୁ। ଏଦିଗରେ ଆମେ ଆମର ଧୈର୍ଯ୍ୟ ମଧ୍ୟ ପ୍ରଦର୍ଶନ କରିଥିଲୁ। କିନ୍ତୁ କଂଗ୍ରେସର ଜିଦ୍ ଆଗରେ ସବୁକିଛି ବିଫଳ ହୋଇଛି।’
ପ୍ରକାଶ, ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ହରିଆଣାରେ କଂଗ୍ରେସ ଏବଂ ଆମ୍ ଆଦ୍‌ମୀ ପାର୍ଟି ଏକାଠି ମେଣ୍ଟ କରିବା ପୂର୍ବକ ନିର୍ବାଚନ ଲଢ଼ିଥିଲେ। ତେଣୁ ଆଗାମୀ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ। ସମ୍ଭାବ୍ୟ ମେଣ୍ଟକୁ ନେଇ ଆଲୋଚନା ହୋଇଥିଲା ଓ ଆସନ ଭାଗବଣ୍ଟା ନେଇ କଥା ମଧ୍ୟ ଉଠିଥିଲା। କିନ୍ତୁ ଉଭୟ ଦଳ କୌଣସି ନିଷ୍କର୍ସରେ ପହଞ୍ôଚପାରିନଥିଲେ। ଆପ୍ ହରିଆଣାରେ ମୋଟ୍ ୯୦ଟି ବିଧାନସଭା ଆସନରୁ ୧୦ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଥିଲା। କିନ୍ତୁ କଂଗ୍ରେସ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌କୁ କେବଳ ୭ଟି ଆସନ ଛାଡିବାକୁ ପ୍ରସ୍ତୁତ ଥିବା ସର୍ତ୍ତ ରଖିଥିଲା। ସେହିପରି ଆପ୍‌ଏମିତି କିଛି ସ୍ଥାନରେ ପ୍ରାର୍ଥୀ ଦେବାକୁ ଚାହିଁଥିଲା, ଯେଉଁଠି କଂଗ୍ରେସର ବରିଷ୍ଠ ନେତାମାନେ ଟିକଟ ଆଶାରେ ରହିଛନ୍ତି। ବିଶେଷ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡାଙ୍କ ବିଶ୍ୱସ୍ତଙ୍କ ଆସନ ଉପରେ ଆପ୍‌ର ନଜର ରହିଥିଲା। କିନ୍ତୁ କଂଗ୍ରେସ ପକ୍ଷେ ଏସବୁ ଆସନ ଛାଡିବା ସମ୍ଭବ ନଥିଲା। ମୋଟାମୋଟି ଉଭୟ ଦଳ ନିଜ ନିଜ ଜିଦରେ ଅଟଳ ରହିବାରୁ ମେଣ୍ଟ ସମ୍ଭବପର ହୋଇ ପାରିନାହିଁ। ଅନ୍ୟପକ୍ଷେ ମେଣ୍ଟ ଆଶା ମଉଳି ଯିବାରୁ ଆଜି ଆପ୍ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାପୂର୍ବରୁ କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking