24.1 C
Bhubaneswar
Wednesday, February 4, 2026
Homeଓଡିଶାଓଡ଼ିଶା ଗସ୍ତରେ ହରିଆଣାର ବିଧାନସଭାର ପ୍ରତିନିଧିମଣ୍ଡଳୀ

ଓଡ଼ିଶା ଗସ୍ତରେ ହରିଆଣାର ବିଧାନସଭାର ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ଆଜି ହରିଆଣା ବିଧାନସଭାର ଶିକ୍ଷା, ବୈଷୟିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ମେଡ଼ିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସବ୍‌ଜେକଫ କମିଟିର ଅଧ୍ୟକ୍ଷ ଶ୍ରୀ ରାମ କୁମାର କାଶ୍ୟପଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ସଦସ୍ୟଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି ।ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ସଦସ୍ୟମାନେ ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି-୪ର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି-୫ର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ସଦସ୍ୟ ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ବଦ୍ରିନାରାୟଣ ପାତ୍ର, ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀ ଉମାଚରଣ ମଲ୍ଲିକ, ଡ. ଫକୀର ନାୟକ, ଶ୍ରୀ ବିଜୟ କୁମାର ଦଳବେହେରା ଓ ଶ୍ରୀମତୀ ସୀମାରାଣୀ ନାୟକଙ୍କ ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।

ହରିଆଣାର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସବ୍‌ଜେକଫ କମିଟିର ସଦସ୍ୟମାନେ ସେଠାକାର ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ଭଲ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ସଦସ୍ୟମାନେ ମଧ୍ୟ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବହୁ ଅଭିନବ ଯୋଜନା ବାବଦରେ ସୂଚନା ଉପସ୍ଥାପନ କରିଥିଲେ । ଉଭୟ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଲାଗୁ ହେଉଥିବା ଭଲ ଯୋଜନାସବୁକୁ ଆପଣାଇବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି କମିଟି ତାଙ୍କର ଏହି ଗସ୍ତ ସମୟରେ ପୁରୀ, କୋଣାର୍କ ସମେତ ଚିଲିକା, ସାତପଡ଼ା ଓ ଓଡ଼ିଶାର ଅନ୍ୟ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking