17.1 C
Bhubaneswar
Tuesday, December 9, 2025
Homeଓଡିଶାହାତ ଧରିଲେ ହରିଶଙ୍କର ରାଉତ

ହାତ ଧରିଲେ ହରିଶଙ୍କର ରାଉତ

ଭୁବନେଶ୍ୱର: ବିଜେଡି ଛାଡିଥିବା ଛାତ୍ର ନେତା ହରିଶଙ୍କର ରାଉତ କଂଗ୍ରେସରେ ମିଶିଲେ । କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ମିଶିଲେ । ଗତ ଗୁରୁବାର ବିଜେଡି ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଥିଲେ । କହିଥିଲେ ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେବି ପାଣ୍ଡିଆନ ବିଜେଡିକୁ କବଜା କରି ରଖିଛନ୍ତି । ଅଣଓଡିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି । ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି, ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ତ୍ତ୍ୱେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି । ବିଜେଡିରେ କୋଟେରୀ ଗ୍ରୁପ କାମ କରୁଛି, କିଛି ବରିଷ୍ଠ ନେତା ଅଛନ୍ତି । ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ ଅଛନ୍ତି । ଏସବୁ ନେତା ପାଣ୍ଡିଆନଙ୍କ ଚାମଚା ସାଜିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking