21.1 C
Bhubaneswar
Wednesday, February 4, 2026
Homeଓଡିଶାହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ, ସେବା ଓ ମୂଲ୍ୟବୋଧ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ:...

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ, ସେବା ଓ ମୂଲ୍ୟବୋଧ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ: ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ, ସେବା ଓ ମୂଲ୍ୟବୋଧ ଅନ୍ୟମାନଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ସୋମବାର ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୨ତମ ଜନ୍ମ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିବା ସହିତ ସ୍ୱର୍ଗତ ବକ୍ସିପାତ୍ରଙ୍କ ଜୀବନୀ, ମୂଲ୍ୟବୋଧ, ସାହସ, ନମ୍ରତା ଏବଂ ଜନସେବାରେ ଅଟଳ ସମର୍ପଣରୁ ପ୍ରେରଣା ନେବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ସାହସର ସହିତ ସତ୍ୟ କହିବା, ଆଶା ନକରି ସେବା କରିବା ଏବଂ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ କାମ କରିବା ହେବ ସ୍ବର୍ଗତ ବକ୍ସିପାତ୍ରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବକ୍ସିପାତ୍ରଙ୍କୁ ଓଡ଼ିଶାର ଜଣେ ସାହାସୀ,ଉତ୍ସାହୀ, ନୀତିବାଦୀ ଏବଂ ଲୋକକେନ୍ଦ୍ରିକ ନେତା ଭାବରେ ବର୍ଣ୍ଣନା କରି ତାଙ୍କର ଜୀବନ ଗଣତନ୍ତ୍ରକୁ ସୁଦୃଢ଼ ​​କରିବା, ଅଧିକାର ରକ୍ଷା କରିବା ଏବଂ ଦୁର୍ବଳ ଲୋକଙ୍କର ଉତଥାନ କରାଇବା ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ରାଜ୍ୟପାଳ କହିଥିଲେ।

ବକ୍ସିପାତ୍ରଙ୍କ ରାଜନୈତିକ ଯାତ୍ରା ଉପରେ ଆଲୋକପାତ କରି ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ତାଙ୍କ ନେତୃତ୍ୱ ପଦ ପଦବୀ ଦ୍ୱାରା ନୁହେଁ ବରଂ ମୂଲ୍ୟବୋଧ ଏବଂ କାର୍ଯ୍ୟ ଦ୍ୱାରା ପରିଭାଷିତ ହୋଇଥିଲା। ସରକାରରେ, ବିରୋଧୀ ଦଳରେ କିମ୍ବା ଲୋକଙ୍କ ମଧ୍ୟରେ ବକ୍ସିପାତ୍ର ନିରନ୍ତର ଭାବରେ ରହୁଥିଲେ। ଚାଷୀ, ଶ୍ରମିକ ଏବଂ ଅବହେଳିତ ସମ୍ପ୍ରଦାୟ ଯାହାଙ୍କ ସ୍ୱର ପ୍ରାୟତଃ ଶୁଣାଯାଏ ନାହିଁ ତାଙ୍କ ପାଖରେ ଛିଡା ହେଉଥିଲେ। ବକ୍ସିପାତ୍ରଙ୍କ କାର୍ଯ୍ୟକଳାପ ଯଥା – ଭାଷାଗତ ଗର୍ବ, ସାମାଜିକ ନ୍ୟାୟ ଏବଂ ଆଞ୍ଚଳିକ ପରିଚୟ ପାଇଁ ଆନ୍ଦୋଳନରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଯାହା ରାଜନୈତିକ ଚେତନାର ଏକ ନୂତନ ଯୁଗକୁ ପ୍ରଜ୍ବଳିତ କରିବାରେ ସାହାଯ୍ୟ କରିଥିଲା ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ ସ୍ବର୍ଗତ ବକ୍ସିପାତ୍ର ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ନୈତିକ ସଙ୍କଟ ସମୟରେ ନୀରବତା କେବେ ଗ୍ରହଣୀୟ ନୁହେଁ। ଜରୁରୀକାଳୀନ ସମୟକୁ ମନେ ପକାଇ ରାଜ୍ୟପାଳ କହିଥିଲେ ଯେ, ବକ୍ସିପାତ୍ର ଗଣତାନ୍ତ୍ରିକ ନୀତି ସହିତ ସାଲିସ କରିବା ଅପେକ୍ଷା ଜେଲଦଣ୍ଡକୁ ବାଛିଥିଲେ। ରାଜ୍ୟପାଳ ନିଜର ଅଙ୍ଗେନିଭା କଥା ସ୍ମରଣ କରାଇ କହିଥିଲେ ଯେ ଜେପି ଆନ୍ଦୋଳନର ପରବର୍ତ୍ତୀ ସମୟରେ ସେ ନିଜେ ଛଅ ମାସ ପାଇଁ ଜେଲଦଣ୍ଡ ଭୋଗିଥିଲେ। ଆହ୍ୱାନପୁର୍ଣ୍ଣ ସମୟରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ସାମ୍ବାଦିକତାରେ ବକ୍ସିପାତ୍ରଙ୍କ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।ଗଣତାନ୍ତ୍ରିକ ବିତର୍କ ଏବଂ ସଚେତନଶୀଳ ନାଗରିକତାକୁ ପ୍ରୋତ୍ସାହିତ କରୁଥିବା ଓଡ଼ିଆ ପାକ୍ଷିକ ଲୋକାନୀତିର ପ୍ରତିଷ୍ଠାତା-ସମ୍ପାଦକ ଭାବରେ ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।ସେ ଓଡ଼ିଶାର ଭାଷାଗତ ଏବଂ ସାଂସ୍କୃତିକ ପରିଚୟ ପ୍ରତି ବକ୍ସିପାତ୍ରଙ୍କ ଉତ୍ସର୍ଗକୁ ପ୍ରଶଂସା କରି କହିଥିଲେ ଯେ ବିକାଶ ସର୍ବଦା ଐତିହ୍ୟ ସଂରକ୍ଷଣ ସହିତ ଆଗକୁ ବଢ଼ିବା ଉଚିତ। ନିଜ ଉଦବୋଧନ ଶେଷ କରି ରାଜ୍ୟପାଳ କହିଥିଲେ ଯେ ବକ୍ସିପାତ୍ରଙ୍କ ଜୀବନର ଆତ୍ମାକୁ ଗୋଟିଏ ବାର୍ତ୍ତାରେ ସଂକ୍ଷେପ କରାଯାଇପାରେ: “ପଦ ପଦବୀ ଆସିପାରେ ଏବଂ ଯାଇପାରେ, କିନ୍ତୁ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସ୍ଥିର ରହିବା ଉଚିତ।” ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଏବଂ ସ୍ମୃତି କମିଟିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ସୁପ୍ରିମକୋର୍ଟର ଖ୍ୟାତନାମା ଆଇନଜ୍ଞ ଦୁଷ୍ୟନ୍ତ ଡାଭେ ଏବଂ ପ୍ରସିଦ୍ଧ ଲେଖକ ଦାଶ ବେନହୁର ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ସ୍ମୃତି କମିଟିର ସାଧାରଣ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ, ଲୋକନୀତିର ଏକ ସ୍ୱତନ୍ତ୍ର ସଂସ୍କରଣ ଏବଂ ସ୍ୱର୍ଗତଃ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking