19.1 C
Bhubaneswar
Saturday, February 7, 2026
Homeଓଡିଶାଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଓ ନେତାଙ୍କ ଆତ୍ମସମର୍ପଣ। ମାଲକାନଗିରି ସୀମାନ୍ତ ତେଲଙ୍ଗାନାର ୱାରଙ୍ଗଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ। କୁଖ୍ୟାତ ୮ଲକ୍ଷ ଇନାମୀ ମାଓ ନେତା ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରିଛି। ୪୪ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟରତ ଦକ୍ଷିଣ ବସ୍ତର ମାଓ ଡିଭିଜନ୍ କମିଟି ସମ୍ପାଦକ ମାଓବାଦୀ ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ତେଲେଙ୍ଗାନା ୱାରାଙ୍ଗଲର ପୋଲିସ କମିଶନରଙ୍କ ଉପସ୍ଥିତିରେ ମଙ୍ଗନ୍ନା ସରେଣ୍ଡର କରିଛି। ତେଲେଙ୍ଗାନା ସରକାର ଏବଂ ପୋଲିସ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ, ଶାରୀରିକ ଅସୁସ୍ଥତା ଏବଂ ମୁଖ୍ୟସ୍ରୋତକୁ ଫେରିଥିବା ଲୋକଙ୍କ ପ୍ରତି ଦେଖାଯାଇଥିବା ସମର୍ଥନ ଦ୍ୱାରା ଅନୁପ୍ରାଣିତ ହୋଇ ପରିବାର ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି। ମଙ୍ଗନ୍ନା ଛତିଶଗଡ, ଆନ୍ଧ୍ର, ଓଡିଶା ଓ ତେଲେଙ୍ଗନାର ଅନେକ ବଡ ବଡ ମାଓ ହିଂସାକାଣ୍ଡରେ ଜଡିତ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking