14.1 C
Bhubaneswar
Monday, January 19, 2026
Homeଅପରାଧନିଟ୍ ଆଶାୟୀଙ୍କୁ ଦୁଷ୍କର୍ମ, ବ୍ଲାକ୍‌ମେଲ୍‌; କୋଚିଂ ସେଣ୍ଟରର ଦୁଇ ଅଭିଯୁକ୍ତ ଶିକ୍ଷକ ଗିରଫ

ନିଟ୍ ଆଶାୟୀଙ୍କୁ ଦୁଷ୍କର୍ମ, ବ୍ଲାକ୍‌ମେଲ୍‌; କୋଚିଂ ସେଣ୍ଟରର ଦୁଇ ଅଭିଯୁକ୍ତ ଶିକ୍ଷକ ଗିରଫ

କାନପୁର: ଏନ୍‌ଇଇଟି ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବାକୁ ଜଣେ ଦଳିତ ଛାତ୍ରୀ ୨୦୨୨ରେ କାନପୁର ଚାଲିଆସିଥିଲେ। ଏଠାରେ ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ସେ ଆଡମିଶନ୍ ପୂର୍ବକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ ସେ ଜାଣିନଥିଲେ ତାଙ୍କ ସହ ଆଗକୁ କ’ଣ ଘଟିବାକୁ ଯାଉଛି। ନିଜ କୋଚିଂ ସେଣ୍ଟରର ୨ ଶିକ୍ଷକ ହିଁ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ମାସାଧିକ ସମୟ ଧରି ତାଙ୍କୁ ବ୍ଲାକ୍‌ମେଲ୍ କରିଚାଲିଥିଲେ। ଏପରିକି ହୋଲି ସମୟରେ ଛାତ୍ରୀଜଣକ ତାଙ୍କ ଘରକୁ ଯାଇଥିବା ବେଳେ ସାହିଲ୍ ସିଦ୍ଦିକି ନାମକ ଅନ୍ୟତମ ଅଭିଯୁକ୍ତ ଶିକ୍ଷକ ପୀଡ଼ିତାଙ୍କୁ ଫୋନ କରି ତୁରନ୍ତ ଫେରିଆସିବା କହିଥିଲେ। ଯଦି ତାଙ୍କ କଥା ପୀଡ଼ିତା ନଶୁଣନ୍ତି ତେବେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ସିଦ୍ଦିକି ଧମକ ଦେଇଥିଲେ।

ପୁଲିସ୍ ରିପୋର୍ଟ ଅନୁସାରେ ଉକ୍ତ କୋଚିଂ ସେଣ୍ଟରରେ ଏନ୍‌ଇଇଟି ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଅନ୍ୟଜଣେ ଛାତ୍ରୀଙ୍କୁ ବିକାଶ ପୋରୱେଲ୍ ନାମକ ଅନ୍ୟତମ ଶିକ୍ଷକ ରାସ୍ତାରେ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଥିଲା। ତେବେ ଏହି ସମୟରେ ଏହି ଦଳିତ ଛାତ୍ରୀଜଣକ ସାହସ ଜୁଟାଇ ପୁଲିସ୍ ନିକଟରେ ସବୁକଥା କହିବା ପରେ ଏସମ୍ପର୍କରେ ଜଣାପଡିଛି। ପୀଡ଼ିତାଙ୍କ କହିବାନୁସାରେ ଚଳିତ ବର୍ଷ ଜାନୁଆରୀରେ ଶିକ୍ଷାର୍ଥୀଙ୍କ ପାଇଁ ନିଜ ଫ୍ଲାଟ୍‌ରେ ଏକ ନ୍ୟୁ ଇୟର ପାର୍ଟି ଆୟୋଜନ କରିଥିବା କହି ବାଇଲୋଜି ଶିକ୍ଷକ ସାହିଲ୍ ସିଦ୍ଦିକି ତାଙ୍କୁ ଆସିବାକୁ କହିଥିଲେ।

କିନ୍ତୁ ପୀଡ଼ିତା ଯେତେବେଳେ ସେଠାରେ ପହଞ୍ôଚଲେ ସେତେବେଳେ ସେଠାରେ ସେ ନିଜକୁ ଏକୁଟିଆ ହିଁ ପାଇଥିଲେ। ଏହି ଠାରେ ସିଦ୍ଦିକି ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଭିଡିଓ ପ୍ରସ୍ତୁତ କରି ବ୍ଲାକ୍‌ମେଲ୍ କରିବା ଆରମ୍ଭ କରିଥିଲା। ମାସାଧିକ କାଳ ସିଦ୍ଦିକି ପୀଡ଼ିତାଙ୍କୁ ନିଜ ଫ୍ଲାଟ୍‌ରେ ବନ୍ଦୀ କରି ରଖିଥିବା ବେଳେ ଏହି ସମୟରେ କୋଚିଂ ସେଣ୍ଟରର ଅନ୍ୟତମ ଅଭିଯୁକ୍ତ ଶିକ୍ଷକ ବିକାଶ ପୋରୱେଲ୍ (କେମିଷ୍ଟ୍ରି ଶିକ୍ଷକ) ମଧ୍ୟ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଏହି ଦଳିତ ଛାତ୍ରୀଜଣକ ସାହସ କରି ଶୁକ୍ରବାର ଦିନ ପୁଲିସ୍ ନିକଟରେ ଅଭିଯୋଗ କରିବା ପରେ ଶନିବାର ପୁଲିସ୍ ଏହି ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି। ଘଟଣା ବେଳେ ପୀଡ଼ିତା ଜଣଙ୍କ ନାବାଳିକା ଥିଲେ ବୋଲି ପୁଲିସ୍ ଦର୍ଶାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking