15.1 C
Bhubaneswar
Wednesday, December 10, 2025
Homeଓଡିଶାନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅଞ୍ଚଳରେ  । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ   ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ୧୩ ବର୍ଷୀୟା ନାବାଳିକା ଆଜି ସକାଳେ  ନିଜ ଓଢଣୀରେ ରଶି ଲଗାଇ ଆତ୍ମହତ୍ୟାା କରିଥିବା ଅଭିଯୋଗ ହୋଇଛି ।  ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ପହଞ୍ଚି  ସ୍କୁଲ ନ ଯିବାରୁ ମା ଓ ଝିଅଙ୍କ ଭିତରେ  କଥା କଟାକଟି ହୋଇଥିଲା । ଛାତ୍ରୀଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲ କୁ ଅଣାଯାଇଥିବା ବେଳେ  ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପହଞ୍ଚି   ତଦନ୍ତ ଆରମ୍ଭ କରିଛି ।  ଏପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପହଞ୍ଚି  ମୃତକଙ୍କ ପରିବାରକୁ ଭେଟିବା ସହିତ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking