23.1 C
Bhubaneswar
Sunday, March 22, 2026
Homeଓଡିଶାବାପ-ପୁଅଙ୍କ ଝୁଲନ୍ତା ମୃତଦେହ ଜବତ

ବାପ-ପୁଅଙ୍କ ଝୁଲନ୍ତା ମୃତଦେହ ଜବତ

ପିପିଲି: ଶୋଇବା ଘରୁ ବାପ-ପୁଅଙ୍କ ଝୁଲନ୍ତା ମୃତଦେହକୁ ଶନିବାର ରାତିରେ ପୁଲିସ ଜବତ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ପୋଟଳ ଗ୍ରାମରେ। ଗ୍ରାମର ଦୀପକ କୁମାର ପାଣି(୨୮) ଓ ତାଙ୍କ ଦେଢ ବର୍ଷର ଶିଶୁପୁତ୍ରର ମୃତଦେହ ଶୋଇବାଘର ଫ୍ୟାନ ହୁକରେ ଝୁଲୁଥିବା ଅବସ୍ଥାରେ ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ, ଦୀପକ କିଛିବର୍ଷ ତଳେ ପ୍ରେମ ବିବାହ କରିବା ପରେ ନିଜ ପତ୍ନୀ ଓ ଶିଶୁପୁତ୍ର ସହ ଭୁବନେଶ୍ୱରରେ ରହୁଥିଲେ । ତେବେ ଅଳ୍ପଦିନ ତଳେ ସେ ପୋଟଳ ଗ୍ରାମସ୍ଥିତ ନିଜ ପୈତୃକ ଘରେ ପରିବାର ସହ ଆସି ରହିଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କ ପତ୍ନୀ ଘରେ ନ ଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ନିଜ ଶୋଇବା ଘରେ ଫ୍ୟାନ୍‍ ନ ଥିବା ବେଳେ ଛାତରେ ଲାଗିଥିବା ଫ୍ୟାନ୍‍ ହୁକରେ ଏକ ପିନ୍ଧା ଲୁଗାରେ ବେକରେ ନିଜ ପୁଅକୁ ଧରି ଫାଶି ଦେଇଛନ୍ତି ଉଭୟ ଦୀପକ। ଉଭୟଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ସାହିପଡିଶାଙ୍କ ଭିଡ ଲାଗିଥିଲା । ଖବର ପାଇ ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଥିଲେ । ଉକ୍ତ ଘରକୁ ଚାରିପଟୁ ପୁଲିସ କର୍ମଚାରୀମାନେ ଜଗି ରହିଛନ୍ତି । ରବିବାର ସାଇଣ୍ଟିଫିକ୍‍ ଟିମ୍‍ ଓ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରାଯାଇ ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking