31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଇସ୍ରାଏଲର ଯୁଦ୍ଧ ଶେଷ ପ୍ରସ୍ତାବକୁ ହମାସର ପ୍ରତ୍ୟାଖ୍ୟାନ

ଇସ୍ରାଏଲର ଯୁଦ୍ଧ ଶେଷ ପ୍ରସ୍ତାବକୁ ହମାସର ପ୍ରତ୍ୟାଖ୍ୟାନ

ଜେରୁଜେଲମ:  ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୁଦ୍ଧ ସମାପ୍ତ କରିବା ପାଇଁ ଇସ୍ରାଏଲ୍ ପକ୍ଷରୁ ଦିଆଯାଇଥିବା ଶାନ୍ତି ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କରିଦେଇଛି । ଇସ୍ରାଏଲ ପ୍ରସ୍ତାବ ଅନୁସାରେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର କରାଯାଏ, ତେବେ ସିନୱାରକୁ ଯିବାକୁ ଅନୁମତି ଦିଆଯିବ । ସିଧାସଳଖ କହିଲେ,  ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବ ଅନୁସାରେ ଗାଜା ଷ୍ଟ୍ରିପରେ ଯୁଦ୍ଧ ସମାପ୍ତ ହେବ ଏବଂ ହମାସ ମୁଖ୍ୟଙ୍କୁ ସେଠାରୁ ବାହାରିବା ପାଇଁ ଏକ ସୁରକ୍ଷିତ ଉପାୟ ଦିଆଯିବ । ଏହାର ପ୍ରତିବଦଳରେ, ଗାଜାରେ ଥିବା ସମସ୍ତ ବନ୍ଧକଙ୍କୁ ତୁରନ୍ତ ମୁକ୍ତ କରାଯିବ, ଏହି ଷ୍ଟ୍ରିପକୁ ସୈନ୍ୟ ମୁକ୍ତ କରାଯିବ ଏବଂ ସେଠାରେ ଏକ ବିକଳ୍ପ ଶାସକ ପ୍ରାଧିକରଣ ପ୍ରତିଷ୍ଠା କରାଯିବ ।
ନିକଟରେ ୱାଶିଂଟନ୍‌ରେ ଆଲୋଚନା ହୋଇଥିବା ଇସ୍ରାଏଲ୍‌ର ଏହି ଶାନ୍ତି ପ୍ରସ୍ତାବକୁ ସବୁ ପକ୍ଷରୁ ସ୍ୱାଗତ ତଥା ପ୍ରଶଂସା କରାଯାଇଥିଲା । ଏପରିକି ଗାଜା ଷ୍ଟ୍ରିପ୍ ପାଇଁ ଇସ୍ରାଏଲର ଏପ୍ରକାର ଶାନ୍ତି ପ୍ରସ୍ତାବ ତଥା ନୂତନ ବ୍ୟବସ୍ଥାକୁ ବନ୍ଧକମାନଙ୍କର ସମ୍ପର୍କୀୟମାନେ ମଧ୍ୟ ସମର୍ଥନ କରିଥିଲେ । ଆଶା କରାଯାଉଥିବା ହମାସ ଯଦି ଇସ୍ରାଏଲର ଏହି ପ୍ରସ୍ତାବକୁ ଗ୍ରହଣ କରିନିଏ ତେବେ ହୁଏତ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ହୋଇପାରିବ । ତେବେ ହମାସ ଉଗ୍ରବାଦୀ ସଂଗଠନର ଜଣେ ବରିଷ୍ଠ କମାଣ୍ଡର ଇସ୍ରାଏଲର ଏହି ପ୍ରସ୍ତାବକୁ ହାସ୍ୟାସ୍ପଦ ବୋଲି କହି ଏହାକୁ ଖାରଜ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking