30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ଉପରେ ସହମତି

ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ଉପରେ ସହମତି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରତି ନେଇ ସହମତି ହୋଇଛି । ଏନେଇ ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି । ସେପଟେ ମଧ୍ୟପ୍ରାଚ୍ୟରେ ବନ୍ଧକଙ୍କୁ ମୁକ୍ତ କରିବା ଉପରେ ଡିଲ୍ ଫାଇନାଲ୍ ହୋଇଛି ବୋଲି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ହମାସ ବନ୍ଧକଙ୍କୁ ଖୁବଶୀଘ୍ର ମୁକ୍ତ କରିବ । ଏହା ସହ ଗାଜାରୁ ପର୍ଯ୍ୟାୟକ୍ରମେ ନିଜ ସେନାଙ୍କୁ ପ୍ରତ୍ୟାହାର କରିବ ଇସ୍ରାଏଲ। ହମାସ ପ୍ରଥମେ ମହିଳା ଏବଂ ୧୯ ବର୍ଷରୁ କମ୍ ଯୁବକଙ୍କୁ ମୁକ୍ତ କରିବ । ଗାଜା ଡିଲର ପ୍ରଥମ ପର୍ଯ୍ୟାୟ ୪୨ ଦିନ ହୋଇଥିବା ବେଳେ ୩୪ ବନ୍ଦୀଙ୍କୁ ଛାଡ଼ିବ ହମାସ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ନଭେମ୍ବରରେ ଆମର ଐତିହାସିକ ବିଜୟ ସହ ଏହି ଯୁଦ୍ଧ ବିରତି ଉପରେ ସହମତି ହୋଇଛି । ଏହା ସାରା ବିଶ୍ୱରେ ମୋ ପ୍ରଶାସନର ସୁଶାସନ ନେଇ ସଂକେତ ଦେବ ଏବଂ ସବୁ ଆମେରିକୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବ ।

ଆମେରିକା ଏବଂ ଇସ୍ରାଏଲର ସବୁ ବନ୍ଦୀ ପୁଣି ଥରେ ନିଜ ପରିବାରକୁ ଫେରବେ ଜାଣି ମୁଁ ଉତ୍ସାହିତ ।’ ସେ ଆହୁରି କହିଛନ୍ତି, ‘ଯୁଦ୍ଧ ବିରତି ବୁଝାମଣା ଲାଗୁ ହେବା ପରେ, ଗାଜା ଯେମିତି ପୁଣି ଥରେ ଆତଙ୍କବାଦୀଙ୍କ ସୁରକ୍ଷିତ ଭୂମି ହୋଇ ରହିବ ନାହିଁ ତାହା ମୋ ରାଷ୍ଟ୍ରୀୟ ସୁରକ୍ଷା ଟିମ୍ ଏବଂ ମଧ୍ୟପ୍ରାଚ୍ୟରେ ସ୍ୱତନ୍ତ୍ର ଦୂତ ସୁନିଶ୍ଚିତ କରିବେ । ଇସ୍ରାଏଲ ଏବଂ ଆମର ସହଯୋଗୀଙ୍କ ସହ ମିଳିତ ଭାବରେ କାର୍ଯ୍ୟ ଜାରି ରହିବ । ସମଗ୍ର କ୍ଷେତ୍ରରେ ଶାନ୍ତି ବଜାୟ ରଖିବାକୁ ପୂର୍ଣ୍ଣ କ୍ଷମତା ଖଟାଇବୁ । ଆମେ ଐତିହାସିକ ଆବ୍ରାହମ ବୁଝାମଣାକୁ ଆଗକୁ ନେବା ଲାଗି ଯୁଦ୍ଧ ବିରତି ଦିଗରେ କାର୍ଯ୍ୟ କରୁଛୁ । ଏହା ଆମେରିକା ଏବଂ ସମଗ୍ର ବିଶ୍ୱ ପାଇଁ ଭବିଷ୍ୟତରେ ଆସିବାକୁ ଥିବା ଏକ ମହାନ ସମୟର ଆରମ୍ଭ ମାତ୍ର ।

ସୂଚନାଯୋଗ୍ୟ, ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରିଥିଲା ହମାସ । ଏହି ଆକ୍ରମଣରେ ଶତାଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୪ ଜଣଙ୍କୁ ବନ୍ଦୀ କରିନେଇଥିଲେ ହମାସ ଆତଙ୍କବାଦୀ । ଏହା ପରେ ଇସ୍ରାଏଲ ପ୍ରତି ଆକ୍ରମଣ କରିଥିଲା । ସେବେଠାରୁ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବନ୍ଦ ହୋଇ ନାହିଁ । ଏବେ ଦୁଇ ପକ୍ଷଙ୍କ ମଧ୍ୟରେ ଯୁଦ୍ଧ ବିରତି ନେଇ ବୁଝାମଣା ହୋଇଥିବାରୁ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିଆସିବ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking