25.1 C
Bhubaneswar
Saturday, February 7, 2026
Homeଓଡିଶାରାଜ୍ୟରେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ପଙ୍ଗୁ : କଂଗ୍ରେସ

ରାଜ୍ୟରେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ପଙ୍ଗୁ : କଂଗ୍ରେସ

– ଖାଲି ପଡିଛି ତିନି ଗୁରୁତ୍ୱପୂର୍ଣ ପଦବୀ
– ମାସେ ମଧ୍ୟରେ ନିଯୁକ୍ତି ନକଲେ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି। ଏନସିଆରବି ମଧ୍ୟ ନାରୀ ନିର୍ଯାତନା ବଢ଼ିବା ନେଇ ତାଗିଦ କରିଛନ୍ତି। ହେଲେ ରାଜ୍ୟରେ ମହିଳା କମିଶନ ନାହାନ୍ତି।ନାରୀ ହିଂସା ନେଇ ବିଜେଡିକୁ ଘେରୁଥିବା ବିଜେପି ମହିଳା କମିଶନ ନିଯୁକ୍ତି କରୁନି। କମିଶନର କୋଣସି ସଦସ୍ୟ ମଧ୍ୟ ନାହାନ୍ତି। ରାଜ୍ୟ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି। ସେହିପରି ରାଜ୍ୟରେ ଶିଶୁ ନିଖୋଜ ସଂଖ୍ୟା ବଢ଼ି ଚାଲିଛି। ତଥାପି ଗତ ମାର୍ଚ୍ଚରୁ ଶିଶୁ ସୁରକ୍ଷା ଆୟୋଗ ପଦବୀ ଖାଲି ପଡିଛି। ଲୋକାଯୁକ୍ତ ବି ନିଯୁକ୍ତି ହେଉନି। କେମିତି ଚାଲିବ ଶାସନ। ଲୋକଙ୍କ ସରକାର କହୁଥିବା ଏ ରାଜ୍ୟ ସରକାର ରାଜ୍ୟରେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାକୁ ପଙ୍ଗୁ କରି ଦେଇଛନ୍ତି।ମାସେ ମଧ୍ୟରେ ସମସ୍ତ ଅର୍ଦ୍ଧ ନ୍ୟାୟିକ ପଦବୀ ପୂରଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ ସଭାପତି ହିମାଂଶୁ ଲେଙ୍କା ମନିଷା ଦାସ ପଟ୍ଟନାୟକ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking