23.1 C
Bhubaneswar
Friday, January 10, 2025
Homeଓଡିଶାଗ୍ରାମାଞ୍ଚଳରେ ଅଧା ଲୋକ ପାଉ ନାହାନ୍ତି ବିଶୁଦ୍ଧ ପାନୀୟଜଳ; ଏବେ ବି ୪ଲକ୍ଷ ପରିବାର ନିକଟରେ...

ଗ୍ରାମାଞ୍ଚଳରେ ଅଧା ଲୋକ ପାଉ ନାହାନ୍ତି ବିଶୁଦ୍ଧ ପାନୀୟଜଳ; ଏବେ ବି ୪ଲକ୍ଷ ପରିବାର ନିକଟରେ ନାହିଁ ପାଇଖାନା

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ଅଧା ଲୋକଙ୍କ ନିକଟରେ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ପହଞ୍ଚି ପାରିନାହିଁ । ସେହିଭଳି ୪ଲକ୍ଷ ଲୋକଙ୍କ ନିକଟରେ ଏବେ ବି ପାଇଖାନା ନାହିଁ । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାୟ ୮୮ଲକ୍ଷ ୬୮ହଜାର ପରିବାରର ୩୮୩.୯୬ ଲକ୍ଷ ଲୋକ ବାସ କରନ୍ତି ।

ଏଥି ମଧ୍ୟରୁ ଏବେ ସୁଦ୍ଧା ୪୬.୧୫ ଲକ୍ଷ ପରିବାରର ୨କୋଟି ୬୩ଲକ୍ଷ ଲୋକଙ୍କ ପାଇଁ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଏବଂ ୮୪.୪୬ଲକ୍ଷ ପରିବାରଙ୍କ ପାଇଁ ପାଇଖାନାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ପରିପୂର୍ଣ୍ଣତା ଯୋଜନା ଅନୁସାରେ ଗ୍ରାମାଞ୍ଚଳରେ ନିର୍ମାଣାଧିନ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡିକୁ ୨୦୨୫ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ଏବଂ ପାଇଖାନା ଯୋଗାଇଦେବା ନିମନ୍ତେ ୨୦୨୫ ମସିହା ଲକ୍ଷ୍ୟଧାର୍ଯ୍ୟ ହୋଇଛି । ନିର୍ମାଣାଧିନ ଥିବା ୧୯୧ ଗୋଟି ମେଗା ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପଗୁଡିକର ସାମ୍ପ୍ରତିକ ସ୍ଥିତି ଓ ଅଗ୍ରଗତିକୁ ଅନୁଧ୍ୟାନ କରି ସେଗୁଡିକୁ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ପାଇଁ ପଦକ୍ଷେପ ନିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking