14.1 C
Bhubaneswar
Saturday, December 6, 2025
Homeଓଡିଶାଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ଜୀଙ୍କ ନଗର ନବୋଦୟ ବିଦ୍ୟାଳୟ ବାଉଣ୍ଡରି ପଛ ପଟେ ଯୁବକଙ୍କ ପୋଡ଼ା ଶବ ଉଦ୍ଧାର । ତା ସହ ଏକ ପୋଡ଼ା ସ୍କୁଟି କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ତେବେ ଯୁବକ ଜଣକ କିଏ ଓ କେଉଁ ସ୍ଥାନର ,କିଏ କାହିଁକି ଏପରି ଘଟଣା ଘଟାଇଲ କିଛି ଜଣା ପଡି ନାହିଁ । ପାଖକୁ ଗଲା ପରେ ସେଠାରେ ଏକ ସ୍କୁଟି ସହ ଯୁବକ ଜଳୁଥିବାର ଦେଖିଥିଲେ । ଏହା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକ ଜଣଙ୍କ ହେମଗିରି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାର ତଦନ୍ତ କରୁଛି ପୋଲିସ । ସଦର ଏସ୍‌ଡିପିଓ ଓ ଲେଫ୍ରିପଡ଼ା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ମୃତ ଯୁବକଙ୍କ ପରିଚୟ ମିଳି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking