28.1 C
Bhubaneswar
Tuesday, February 3, 2026
Homeଓଡିଶାଘର ଭିତରୁ ଅର୍ଦ୍ଧ ଦଗ୍ଧ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଘର ଭିତରୁ ଅର୍ଦ୍ଧ ଦଗ୍ଧ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ଅର୍ଦ୍ଧ ଦଗ୍ଧ ଵୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି।ଘର ଭିତରୁ ବୃଦ୍ଧାଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର କରିଛି ଅମ୍ବଦଳା ପୁଲିସ । ମୃତ  ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି। ତାଙ୍କ ପରିବାରରେ କେହି ନଥିବା ବେଳେ ସେ ଘରେ ଏକୁଟିଆ ରହୁଥିଲେ। ଘଟଣା ସ୍ଥଳରେ ଅମ୍ବଦଳା ପୁଲିସ ଓ ବିଷମକଟକ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି। କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ ବୃଦ୍ଧା ଜଣଙ୍କର ପୋଡ଼ି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି।

କୋରାପୁଟ ସହରର ଓଏମପି କଲୋନିରେ ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ଘଟଣାରେ ଯବାନକୁ ବାନ୍ଧିଥିଲା ଟାଉନ ପୁଲିସ। ପୁଲିସ ଆଗରେ ସତ ମାନିଥିଲା ଯବାନ। ନିଜ ସ୍ତ୍ରୀକୁ ଲୁହା ରଡ୍‌ରେ ମାଡ ମାରିବା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରଚିଥିଲା ଷଢ଼ଯନ୍ତ୍ର। ହତ୍ୟା ପରେ ଗ୍ୟାସର ପାଇପ ଖୋଲି ନିଆଁ ଲଗାଇ ଘର ବାହାରକୁ ଚାଲି ଆସିଥିଲା। ପରେ ଘରୁ ବାହାରକୁ ଧୂଆଁ ବାହାରିବା ପରେ ପଡ଼ୋଶୀଙ୍କୁ ନେଇ ବଞ୍ଚାଇବା ପାଇଁ ପୁଣି ଥରେ ଉଦ୍ୟମ କରିଥିଲା ସ୍ବାମୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking