31.1 C
Bhubaneswar
Thursday, February 19, 2026
Homeଓଡିଶାହଳଦିଆପଦର ବ୍ରିଜ ପ୍ରସଙ୍ଗ; ସୂର୍ଯ୍ୟ ପାତ୍ର, ଶିବ ଶଙ୍କର ଦାୟୀ: ରମେଶ ଜେନା

ହଳଦିଆପଦର ବ୍ରିଜ ପ୍ରସଙ୍ଗ; ସୂର୍ଯ୍ୟ ପାତ୍ର, ଶିବ ଶଙ୍କର ଦାୟୀ: ରମେଶ ଜେନା

ଭୁବନେଶ୍ୱର: ହଳଦିଆପଦର ବ୍ରିଜର ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳି ନେଇ ପୁଣି ବର୍ଷିଲେ ରମେଶ ଜେନା । ତତ୍କାଳାନୀନ ମନ୍ତ୍ରୀ ସ୍ୱର୍ଗତ ସୂର୍ଯ୍ୟ ପାତ୍ର ଓ ମେୟର ଶିବ ଶଙ୍କରଙ୍କୁ ଦାୟୀ କଲେ । ସେମାନେ ଏତେ ପ୍ରଭାବଶାଳୀ ଥିଲେ ଯେ କେହି କିଛି କରିପାରିନଥିଲେ । ଏମାନେ ଜମି ବେପାର କରନ୍ତି , ସୁହାଇଲା ଭଳି କାମ କଲେ । ମୋତେ ବ୍ରହ୍ମପୁର ଏଣ୍ଟ୍ରି ନଥିଲା, ଥିଲେ ଯାଇ ଆନ୍ଦୋଳନ କରିଥାନ୍ତି । ବିଜେଡି ସରକାର ଥିବାରୁ ସେମାନଙ୍କର ପୂରା ଦବଦବା ଥିଲା । ଯାହା ଚାହୁଁଥିଲେ, ତାହା କରୁଥିଲେ, କାହା କଥା ଶୁଣୁ ନଥିଲେ । ବିଜେଡି ସରକାର ଥିଲା ବେଳେ କେଉଁ ପରିସ୍ଥିତିରେ ଥିଲୁ ସମସ୍ତେ ଜାଣନ୍ତି । ଯେଉଁ ତ୍ରୁଟି ହୋଇଛି , ତାହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉ । ହଳଦିଆପଦର ବ୍ରିଜ ଦୁର୍ଘଟଣାରେ ୧୦୦ରୁ ୧୫୦ ଯାଏଁ ଜାବନ ଗଲାଣି । ଏଥିପାଇଁ କିଏ ଦାୟୀ, ଅସହାୟ ପରିବାରକୁ କିଏ ସହାୟକ ହେବ । ଅନ୍ୟପଟେ ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ଜମି ପାଇଁ ହଳଦିଆପଦର ବ୍ରିଜ ନିର୍ମାଣ ତ୍ରୁଟି ପ୍ରସଙ୍ଗରେ ଅଭିଯୋଗକୁ ଖଣ୍ଡନ କରି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର କହିଛନ୍ତି, ଜଣେ ମଲା ଲୋକଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ । ହଳଦିଆପଦର ବ୍ରିଜ ନିର୍ମାଣ ପୂର୍ବରୁ ଜମି ବିକ୍ରି କରିସାରିଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking