25.6 C
Bhubaneswar
Thursday, March 27, 2025
Homeଓଡିଶାକୁଆପଥର ମାଡ଼ କ୍ଷୟକ୍ଷତି: ୨୦.୩୮ କୋଟି ଟଙ୍କାର କ୍ଷତିପୂରଣ ମଞ୍ଜୁର

କୁଆପଥର ମାଡ଼ କ୍ଷୟକ୍ଷତି: ୨୦.୩୮ କୋଟି ଟଙ୍କାର କ୍ଷତିପୂରଣ ମଞ୍ଜୁର

ଭୁବନେଶ୍ୱର : ଓଡ଼ିଶାର ମୟୂରଭଞ୍ଜରେ କାଳବୈଶାଖୀ ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ୨୦.୩୮ କୋଟି ଟଙ୍କାର ଅସ୍ଥାୟୀ କ୍ଷତିପୂରଣ ଘୋଷଣା କର‌ାଯାଇଛି। ଯାହା ଦ୍ୱାରା ୮,୫୪୭ ଜଣ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ଜିଲ୍ଲାର ବାଙ୍ଗିରିପୋଷି ଏବଂ ବିସୋଇ ବ୍ଲକର ଗ୍ରାମଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି। ମାର୍ଚ୍ଚ୨୦ ରୁ୨୪ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ, ପବନ ସହ ବଜ୍ରପାତ ହେବାର ସମ୍ଭାବନା ଥିଲା।ତତ୍ କ୍ଷଣାତ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁତା.୨୦.୦୩.୨୦୨୫ରିଖରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ତୁରନ୍ତ ପ୍ରାକ୍ ସୂଚନା ପ୍ରଦାନ କରାଯାଇଥିଲା ।

2. ତା.୨୦.୦୩.୨୦୨୫ ରିଖରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ବର୍ଷା (Hailstorm)ଅନୁଭୂତ ହୋଇଥିଲା। ବିଶୋଇ ବ୍ଲକରେ ସନ୍ଧ୍ୟା ପ୍ରାୟ ୭.୨୦ ସମୟରେ ଓ ବାଙ୍ଗିରିପୋଷି ବ୍ଲକରେ ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ ବିଶେଷ ଭାବରେ କୁଆପଥର ବର୍ଷା ହୋଇ ଅନେକ କ୍ଷୟକ୍ଷତି ହୋଇଥିଲା । ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୩ ଟି ବ୍ଲକ୍ (ବାଙ୍ଗିରିପୋଷି, ବିଶୋଇ, କୁଲିଅଣା, ସାରସକଣା, କରଞିଆ, ବହଳଦା, ବିଜତଳା, ଯଶିପୁର, ତିରିଙ୍ଗ, ରରୁଆଁ, ଠାକୁରମୁଣ୍ଡା, ରାଇରଙ୍ଗପୁର ଓ କୁସୁମି) ର ୫୧ ଟି ଗ୍ରାମର ୮୫୪୭ ଜଣ ବ୍ୟକ୍ତି ପ୍ରଭାବିତ ହୋଇଥିଲେ ।

3. ତୁରନ୍ତ ପଦକ୍ଷେପ ସ୍ୱରୂପ ପ୍ରଭାବିତ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ୨୪ ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି । ପ୍ରଭାବିତ ଲୋକମାନଙ୍କୁ ପଲିଥିନ ଯୋଗାଇ ଦିଆଯିବା ସହିତ ସେମାନଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀର ସୁବନ୍ଦୋବସ୍ତ କରାଯାଇଛି। ବିପନ୍ନ ମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ୧୫ ଟି ଡାକ୍ତରୀ ଦଳ ମୁତୟନ କରାଯାଇଛି ।

4. ଜିଲ୍ଲା ପାଖରେ ପାଖାପାଖି ୧୨୦୦୦ ପଲିଥିନ୍ ସିଟ୍ ମହଜୁଦ୍ ରହିଥିବା ସ୍ଥଳେ, ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜକୁ ୨୫୦୦ ପଲିଥିନ୍ ସିଟ୍ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ତୁରନ୍ତ ଯୋଗାଇ ଦିଆଯାଇଥିଲା ଓ ଏତଦବ୍ୟତୀତ ରାଜ୍ୟରୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ପୁଣି ୨୫୦୦ ପଲିଥିନ୍ ସିଟ୍ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନାଅନୁଯାୟୀ, ଆଦ୍ୟ ସକାଳ ୦୭ ଘଣ୍ଟା ସୁଦ୍ଧା୨୧୩୩ ସିଟପଲିଥିନ ପ୍ରଭାବିତ ଲୋକଙ୍କୁ ବଣ୍ଟା ସରିଥିବା ସ୍ଥଳେ ଆବଶ୍ୟକତା ଅନୁଯାୟୀ ଅଧିକ ପଲିଥିନ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5. ଏହି ସମ୍ବନ୍ଧରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ, ମାନ୍ୟବର ବିଧାୟିକା, ବାଙ୍ଗରିପୋଷି ଓ ମାନ୍ୟବର ବିଧାୟକ, ସାରଶକଣା ତୁରନ୍ତ ୨୧.୦୩.୨୦୨୫ ରେ ନିଜ ଅଞ୍ଚଳରେ ଉପସ୍ଥିତ ରହିଥିଲେ ଓ ପରେ ପରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତା.୨୨.୦୩.୨୦୨୫ରିଖରେଗସ୍ତ କରି ଜିଲ୍ଲା ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଉକ୍ତ ୨୨.୦୩.୨୦୨୫ ରିଖରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ, ଆଭାସି ମାଧ୍ୟମରେ ସ୍ଥିତିର ସମିକ୍ଷା କରି ଜିଲ୍ଲାପାଳଙ୍କୁ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦେଶ ଦେଇଥିଲେ । ଏହି ଆଧାରରେ ଜିଲ୍ଲାପାଳ ରାତ୍ରି ୦୧ ଘଣ୍ଟା ୩୦ ମିନିଟ ସମୟରେ ପ୍ରାରମ୍ଭିକ କ୍ଷୟକ୍ଷତି ଆଧାରରେ ୨୦ କୋଟି ୩୮ ଲକ୍ଷ ଟଙ୍କା ଆବଣ୍ଟନ ପାଇଁ ଅନୁରୋଧ ପତ୍ର ପ୍ରେରଣ କରିଥିଲେ ।

6. ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ୩୫୧୪ଟି ଗୃହ କ୍ଷତିଗ୍ରସ୍ତ ହୋଇଅଛି । ତନ୍ମଧ୍ୟରୁ ୧୩୫୦ଟି କଚ୍ଚାଘର ସଂପୂର୍ଣ୍ଣ ରୂପେ ଓ ୨୧୬୦ଟି ଗୃହ ଆଂଶିକ ରୂପେ ଏବଂ ୪ଟି ଗୁହାଳଘର କ୍ଷତିଗ୍ରସ୍ତ ହୋଇଅଛି ଏବଂ ସମୁଦାୟ ୪୪୨ ହେକ୍ଟର କୃଷି ଓ ଉଦ୍ୟାନ କୃଷି କ୍ଷତିଗ୍ରସ୍ତ ହୋଇଅଛି । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ୨୦ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଜିଲ୍ଲାପାଳଙ୍କୁଉକ୍ତ ଦିନ ୧୧ ଘଣ୍ଟା ୩୦ ମିନିଟ ମଧ୍ୟରେ ଆବଣ୍ଟନ କରାଯାଇଛି। ଏହି ଅର୍ଥ ଗୃହ ମରାମତି ସହାୟତା, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା ରାଶି ପାଇଁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଛି ।

7. ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମୟୂରଭଞ୍ଜ ଜିଲ୍ଲାକୁ ତା.୨୩.୦୩.୨୦୨୫ ରିଖ ସକାଳ 9 ଘଣ୍ଟା ସମୟରେ ମୟୁରଭ୍ଞ୍ଜ ଜିଲ୍ଲା ଗସ୍ତ କରି ବିଶେଷ ଭାବରେ ପ୍ରଭାବିତ ବିଶୋଇ ଓ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି । ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମଧ୍ୟ ଉପସ୍ଥିତ ଥିଲେ । ଗସ୍ତ ଶେଷରେ ଅସ୍ଥାୟୀ ହେଲିପ୍ୟାଡ ଠାରେ ଜିଲ୍ଲା ପ୍ରଶାସନ ସହ ରିଲିଫ ପରିଚାଳନାର ସମିକ୍ଷା କରି ଜିଲ୍ଲା ପ୍ରଶାସନକୁ ତୁରନ୍ତ ସହାୟତା ରାଶି ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଜରୁରୀକାଳୀନ ଭିତ୍ତିରେ କ୍ଷୟକ୍ଷତିର ପୁର୍ଣ୍ଣାଙ୍ଗ ବିବରଣୀ ଆକଳନ କରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରଦାନ କରିବେ । ପ୍ରାରମ୍ଭିକ ସ୍ତରରେ ୨୦ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏବଂ ଆବଶ୍ୟକସ୍ଥଳେ ଅଧିକ ଅର୍ଥରାଶିର ବ୍ୟବସ୍ଥା କରାଯିବ । ଲୋକମାନଙ୍କର ଗୃହ ମରାମତି ହେବା ପର୍ଯ୍ୟନ୍ତ ଅସ୍ଥାୟୀ ରିଲିଫ୍ କ୍ୟାମ୍ପ ଓ ରନ୍ଧା ଖାଦ୍ୟ ଚାଲୁରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking