35.1 C
Bhubaneswar
Monday, May 5, 2025
Homeଦେଶ ବିଦେଶପହଲଗାମ୍ ନରସଂହାର ପଛରେ ହାଫିଜ୍ ସୟିଦ୍

ପହଲଗାମ୍ ନରସଂହାର ପଛରେ ହାଫିଜ୍ ସୟିଦ୍

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଥିବା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଟିଏଫ୍‌)’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଭଳି ପାକିସ୍ତାନର ଏକ କୁଖ୍ୟାତ ଆତଙ୍କବାଦୀ ସଂଗଠନର ଏକ ଶାଖା (ଆତଙ୍କୀ ମଡ୍ୟୁଲ୍‌) ଭାବେ କାର୍ଯ୍ୟ କରୁଥିବା ଜଣାପଡିବା ପରେ ଏହାକୁ ନେଇ ପାକିସ୍ତାନ ବିରୋଧରେ ଭାରତର ପ୍ରତିକ୍ରିୟା ଉଗ୍ର ହୋଇଛି। ଏସବୁ ମଧ୍ୟରେ ଟିଟିଏଫ୍ ସମ୍ପୂର୍ଣ୍ଣ ରୂପେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଏବଂ ଲସ୍କର ମୁଖ୍ୟ ହାଫିଜ୍ ସୟିଦ୍ ଏବଂ ତା’ର ଅନ୍ୟତମ ସହଯୋଗୀ ତଥା ଡେପୁଟି ସୈଫୁଲ୍ଲା ଦ୍ୱାରା ନିୟନ୍ତ୍ରିତ ହେଉଥିବା ଜଣାପଡ଼ିଛି। ଉଭୟ ପାକିସ୍ତାନରୁ କାର୍ଯ୍ୟ କରୁଥିବା ବିଶ୍ୱାସ କରାଯାଉଛି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ କହିଛନ୍ତି ଯେ ଏହି ମଡ୍ୟୁଲ୍ କେବଳ ବୈଚାରିକ ନୁହେଁ ବରଂ ପାକିସ୍ତାନ ସେନା ଏବଂ ଏହାର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଠାରୁ ଲଜିଷ୍ଟିକ୍ ଏବଂ ରଣନୈତିକ ମାର୍ଗଦର୍ଶନ ମଧ୍ୟ ପାଇଥାଏ। ଏହାର ସିଧାସଳଖ ଅର୍ଥ ପହଲଗାମ୍ ଆତଙ୍କବାଦୀ ଘଟଣା ପଛରେ ହାଫିଜ୍ ସୟିଦ୍ ହିଁ ମାଷ୍ଟରମାଇଣ୍ଡ୍ ବୋଲି ସ୍ପଷ୍ଟ ହୋଇଯାଇଛି। ଟିଟିଏଫ୍ ଦୀର୍ଘଦିନ ଧରି କାଶ୍ମୀର ଉପତ୍ୟକାରେ ସକ୍ରିୟ ଅଛି। ଟିଟିଏଫ୍ ଆତଙ୍କୀ ସଂଗଠନରେ ଅଧିକାଂଶ ସଦସ୍ୟ ବିଦେଶୀ ଆତଙ୍କବାଦୀ ରହିଥିବା ବେଳେ ହାତଗଣତି କିଛି ସ୍ଥାନୀୟ ଆତଙ୍କବାଦୀ ରହିଥାନ୍ତି। ସେହିପରି କିଛି କାଶ୍ମୀରର କିଛି ସ୍ଥାୟୀ ବାସିନ୍ଦା (ଯେଉଁମାନେ ଆତଙ୍କବାଦୀଙ୍କ ସହାୟକ ଭାବେ କାମ କରନ୍ତି) ଏମାନଙ୍କୁ ସମର୍ଥନ ଏବଂ କଭର ଯୋଗାଇ ଦିଅନ୍ତି।

ସୁରକ୍ଷା ଏଜେନ୍ସିଗୁଡ଼ିକ ବିଶ୍ୱାସ କରନ୍ତି ଯେ ସୋନମାର୍ଗ, ବୁଟା ପାଥ୍ରୀ ଏବଂ ଗାଣ୍ଡେରବଲ ସମେତ ସମଗ୍ର ଅଞ୍ଚଳରେ ଅନେକ ହାଇ-ପ୍ରୋଫାଇଲ୍ ଆକ୍ରମଣ ପଛରେ ଏହା ହାତ ରଖିଛି। ଅକ୍ଟୋବର ୨୦୨୪ରେ, ବୁଟା ପାଥ୍ରିରେ ଏକ ଆତଙ୍କବାଦୀ ଆକ୍ରମଣରେ ୨ଜଣ ଭାରତୀୟ ସୈନିକଙ୍କ ସମେତ ୪ଜଣ ପ୍ରାଣ ହରାଇଥିଲେ। ସେହିମାସରେ, ସୋନମାର୍ଗରେ ସୁଡ଼ଙ୍ଗ ନିର୍ମାଣ ଶ୍ରମିକଙ୍କ ଉପରେ ଏକ ମରଣାତ୍ମକ ଆକ୍ରମଣ ହୋଇଥିଲା, ଯେଉଁଥିରେ ୬ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପହଲଗାମ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହାସିମ ମୁସାଙ୍କୁ ଏହି ଆକ୍ରମଣର ସନ୍ଦିଗ୍ଧ ବ୍ୟକ୍ତି ଭାବରେ ବିବେଚନା କରାଯାଉଛି। ପହଲଗାମ ଆକ୍ରମଣରେ, ଆତଙ୍କବାଦୀମାନେ ବୈସାରନ ଘାଟି ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ପୋଲିସ ସୂତ୍ର ଅନୁଯାୟୀ, ଗୋଟିଏ ସ୍ଥାନରେ ଏକକାଳୀନ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଥିଲା, ଦୁଇଜଣଙ୍କୁ ଖୋଲା ପଡ଼ିଆରେ ଗୁଳି କରାଯାଇଥିଲା ଏବଂ ଅନ୍ୟମାନଙ୍କୁ ଘାଟି ଘେରି ରହିଥିବା ବାଡ଼ ନିକଟରେ ଟାର୍ଗେଟ୍ କରି ଗୁଳି କରାଯାଇଥିଲା। ଯେଉଁମାନେ ବାଡ଼ ଡେଇଁ ଖସି ପଳାଇବାରେ ସଫଳ ହୋଇଥିଲେ, ସେମାନେ ରକ୍ଷା ପାଇଗଲେ। ବଞ୍ଚିଯାଇଥିବା ଲୋକମାନେ କହିଛନ୍ତି ଯେ ଆକ୍ରମଣକାରୀମାନେ ଗୁଳି ଚଳାଇବା ପୂର୍ବରୁ ସେମାନଙ୍କ ସହିତ ସଂକ୍ଷିପ୍ତ କଥାବାର୍ତ୍ତା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking