15.1 C
Bhubaneswar
Monday, February 9, 2026
Homeଖେଳଗୁଆହାଟୀ ମାଷ୍ଟର୍ସ ୨୦୨୪: ଅନ୍‌ମୋଲ୍‌, ଅଶ୍ୱିନୀ-ତନିଷା ଯୋଡ଼ି ଫାଇନାଲ୍‌ରେ

ଗୁଆହାଟୀ ମାଷ୍ଟର୍ସ ୨୦୨୪: ଅନ୍‌ମୋଲ୍‌, ଅଶ୍ୱିନୀ-ତନିଷା ଯୋଡ଼ି ଫାଇନାଲ୍‌ରେ

ନୂଆଦିଲ୍ଲୀ: ଭାରତ ଶନିବାର ବିଡବ୍ଲ୍ୟୁଏଫ୍ ଟୁର୍ ସୁପର୍ ୧୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଗୁଆହାଟୀ ମାଷ୍ଟର୍ସର ତିନିଟି ବର୍ଗର ଫାଇନାଲ୍‌ରେ ସ୍ଥାନ ହାସଲ କରିଛି। ଅନ୍‌ମୋଲ୍ ଖରବ ସ୍ୱଦେଶର ମାନସୀ ସିଂହଙ୍କୁ ସିଧା ଗେମ୍‌ରେ ହରାଇ ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୧୭ ବର୍ଷୀୟା ଅନ୍‌ମୋଲ୍ ଶନିବାର ଅନୁଷ୍ଠିତ ସେମିଫାଇନାଲ୍‌ରେ ୨୧-୧୯, ୨୧-୧୭ରେ ମାନସୀଙ୍କୁ ହରାଇ ଦେଇଛନ୍ତି। ଏହି ମ୍ୟାଚ୍ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଫାଇନାଲ୍‌ରେ ଅନ୍‌ମୋଲ୍ ଚୀନା କ୍ୱାଲିଫାୟର୍ କାଇ ୟାନ୍ ୟାନ୍‌ଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍‌ରେ ତୃତୀୟ ସିଡ୍ ସତୀଶ କୁମାର କରୁଣାକରନ୍ ପ୍ରତ୍ୟାବର୍ତ୍ତନ କରି ଚୀନ୍‌ର ୱାଙ୍ଗ୍ ଝେଙ୍ଗ୍ ସିଙ୍ଗ୍‌ଙ୍କ ବିପକ୍ଷରେ ୧୨-୨୧, ୨୧-୧୪, ୨୧-୧୬ରେ ବିଜୟ ହାସଲ କରିଛନ୍ତି। ସତୀଶ ଟାଇଟଲ୍ ମୁକାବିଲାରେ ଚୀନା କ୍ୱାଲିଫାୟର୍ ଝୁ ସୁଆନ୍ ଚେନ୍‌ଙ୍କୁ ଭେଟିବେ। ମହିଳା ଡବଲ୍ସରେ ଟପ୍ ସିଡ୍ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଅଶ୍ୱିନୀ ପୋନାପ୍ପା ଓ ତନିଷା କ୍ରାଣ୍ଟୋଙ୍କୁ ଯୋଡ଼ି ଚୀନ୍‌ର କେଙ୍ଗ ଶୁ ଲିଆଙ୍ଗ ଓ ୱାଙ୍ଗ୍ ତିଙ୍ଗ୍ ଗେ’ଙ୍କ ଯୋଡ଼ିକୁ ୨୧-୧୪, ୨୧-୧୪ ସିଧା ଗେମ୍‌ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛନ୍ତି। ଭାରତୀୟ ଯୋଡ଼ି ଫାଇନାଲ୍‌ରେ ୱାଙ୍ଗ୍ ଜି ମେଙ୍ଗ ଓ ଲିହୁଆ ଝୋଉଙ୍କ ଆଉ ଏକ ଚୀନା ଯୋଡ଼ିକୁ ଭେଟିବ। ତେବେ ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳା ଓ ମନୀଷା କ୍ରାଷ୍ଟୋଙ୍କ ଯୋଡ଼ି ୨୪-୨୨, ୨୧-୧୧ରେ ଚୀନ୍‌ର ଝାଙ୍ଗ୍ ହାନ୍ ୟୁ ଓ ବାଓ ଲି ଜିଙ୍ଗ୍‌ଙ୍କଠାରୁ ସେମିଫାଇନାଲ୍‌ରେ ପରାଜିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking