ଭୁବନେଶ୍ୱର: ଆଜି ଶଙ୍ଖଭବନ ଠାରେ ବିଜୁ ଛାତ୍ର ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭକୁ ନେଇ ଦଳ ସଜାଗ ଅଛି । ବିଜୁ ଜନତା ଦଳର ଏହି ଆନ୍ଦୋଳନରେ ସାମିଲ ହେବେ ୫ ହଜାର ଛାତ୍ରଛାତ୍ରୀ । ଏହି ବୈଠକ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କିଭଳି ଶାନ୍ତିଶୃଙ୍ଖଳାରେ ଛାତ୍ରମାନେ ଆସି କାଯ୍ୟକ୍ରମକୁ ସଫଳ କରିବେ ସେ ବିଷୟରେ ପ୍ରସାଦ ମିଶ୍ର କହିଥିଲେ । ଡବଲ ଇଞ୍ଜିନ ସରକାରରେ ଖାଜ୍ୟ , ବସ୍ତ୍ର ଓ ଔଷଧ ଭଳି ନିତ୍ୟ ବ୍ୟବହାଯ୍ୟ ଜିନିଷର ଦରଦାମ ଆକାଶ ଛୁଆଁ । ଏହି କାରଣ ଯୋଗୁଁ ଅତିଷ୍ଠ ହେଲେଣି ରାଜ୍ୟବାସୀ । କିନ୍ତୁ ରାଜ୍ୟରେ ବିଜେପି ସରକାର ନିଦାବିଷ୍ଣୁ ସାଜିଛି କହିଛି ବିଜେଡି । ଏନେଇ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏହି ଗଣ ବିକ୍ଷୋଭର ଡାକରା ଦେଇଛି । ଏହି ପ୍ରସ୍ତୁତି ବୈଠକରେ ସଞ୍ଜୟ ଦାସ ବର୍ମା ଓ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ କ୍ୟାମ୍ପସର ଛାତ୍ରନେତାମାନେ ଉପସ୍ଥିତ ଥିଲେ । ଦଳର ନେତୃତ୍ୱମାନଙ୍କ ସହ ବିଜେଡିର ରାଜ୍ୟ କର୍ମକର୍ତ୍ତା ରାଜେଶ ରାଜ ସ୍ୱାଇଁ , ବିଶ୍ୱ ପ୍ରତାପ ସାହୁ , ସ୍ୱାଗତିକା ମହାନ୍ତି , ଇପ୍ସିତା ସାହୁ ଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।