19.1 C
Bhubaneswar
Monday, February 2, 2026
Homeଓଡିଶାମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ

ମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ

ମେକ୍ସିକୋ: ମେକ୍ସିକୋରେ ଗୁଳିକାଣ୍ଡ । କେନ୍ଦ୍ରୀୟ ମେକ୍ସିକୋର ଏକ ଫୁଟବଲ୍ ପଡିଆରେ ଅଖିବୁଜା ଗୁଳି ଚାଳନା । ଏହି ଗୁଳିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ମେକ୍ସିକୋର ଗୁଆନାଜୁଆଟୋ ରାଜ୍ୟର ସାଲାମାଙ୍କା ସହରରେ ଏକ ପଡିଆରେ ଫୁଟବଲ୍ ମ୍ୟାଚ୍ ଶେଷ ହେବା ପରେ ବନ୍ଧୁକଧାରୀ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଗୁଳି ଚାଳନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଅନ୍ୟ ଆହତଙ୍କ ହସ୍ପିଟାଲରେ ଚାଲିଛି ଚିକିତ୍ସା । ସାଲାମାଙ୍କା ମେୟର ସେସାର ପ୍ରିଏଟୋ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଖବର ପାଇ ରାଜ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking