28.1 C
Bhubaneswar
Tuesday, January 20, 2026
Homeଓଡିଶାପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ: ଯୁବକ ମୃତ

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ: ଯୁବକ ମୃତ

ବେଗୁନିଆ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକ – ସାମନ୍ତରାୟପୁର ରାସ୍ତାରେ ଘଟିଛି ଗୁଳିକାଣ୍ଡ । ଦୁର୍ବତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କୁ ଦେଉଳି ପଞ୍ଚାୟତ ଜାମୁସାହିର ବାସୁଦେବ ପରିଡା (୪୨) ଓରଫ୍ ଟୁଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଗୁଳିମାଡର କାରଣ ପୂର୍ବ ଶତ୍ରୁତା ଓ ଖଣି ବ୍ୟବସାୟ ବୋଲି ଜଣାପଡିଛି । ଗୁଳିମାଡ ପରେ ଘଟଣାସ୍ଥଳରୁ ଦୁର୍ବତ୍ତମାନେ ଚମ୍ପଟ୍ ମାରିଥିଲେ । ଯୁବକଙ୍କ ଦେହରେ ପ୍ରାୟ ଦୁଇଟି ଗୁଳି ବାଜିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏହି ଘଟଣାଟି ଗତକାଲି ରାତିରେ ପ୍ରାୟ ୮ଟା ସମୟରେ ଘଟିଥିଲା । ବାସୁଦେବ ସନ୍ଧ୍ୟା ସମୟରେ ବାହାରକୁ ଶୌଚ ହେବା ପାଇଁ ଯାଇଥିଲେ । ସେହି ସମୟରେ ଏକ ବୁଲେଟ୍ ଯୋଗେ ବନ୍ଧୁକ ନେଇ ଦୁଇ ଜଣ ହଠାତ୍ ଆସି ବାସୁଦେବଙ୍କ ଉପରକୁ ରାଉଣ୍ଡ ପରେ ରାଉଣ୍ଡ୍ ଗୁଳି ମାଡ଼ କରି ଚାଲିଥିଲେ । ସେଥିରୁ ଗୋଟିଏ ରାଉଣ୍ଡ ଗୁଳି ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ଛାତିରେ ମାଡ଼ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking