25.1 C
Bhubaneswar
Saturday, March 21, 2026
Homeଓଡିଶାମୟୁରଭଞ୍ଜ ଜାତୀୟ ରାଜପଥରେ ଗୁଳିକାଣ୍ଡ ଘଟଣା: ଏସ୍ପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

ମୟୁରଭଞ୍ଜ ଜାତୀୟ ରାଜପଥରେ ଗୁଳିକାଣ୍ଡ ଘଟଣା: ଏସ୍ପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

– ଦୁବୃର୍ତ୍ତଙ୍କୁ ତୁରନ୍ତ ଗିରଫ ଦାବୀ
– ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ
– ଘଟଣାକୁ ଦୃଢ଼ ନିନ୍ଦା କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୟୁରଭଞ୍ଜ ଏସପିଙ୍କୁ ଭେଟି ନିକଟରେ ୧୮ ନମ୍ବର ଜାତୀୟ ରାଜପଥରେ, ସ୍ପଷ୍ଟ ଦିବାଲୋକରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଦୁବୃର୍ତ୍ତ ମାନଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏହି ସମ୍ବନ୍ଧରେ ବିଜେଡି ତରଫରୁ ଏସପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସ୍ମାରକ ପତ୍ରରେ ବିଜୁ ଜନତା ଦଳ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଏହି ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୮ ନମ୍ବର ଜାତୀୟ ରାଜପଥ ଉପରେ, ସ୍ପଷ୍ଟ ଦିବାଲୋକରେ, ଶିବାନନ୍ଦ ବାରିକ ନାମକ ଏକ ଯୁବକ ଉପରେ ଅତର୍କିତ ଗୁଳିମାଡ଼ ଘଟଣା, ସ୍ଥାନୀୟ ନାଗରିକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଏହି ଘଟଣାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ସୁଦ୍ଧା ଦୁବୃର୍ତ୍ତ ମାନେ ଗିରଫ ହୋଇ ନାହାନ୍ତି।ଦୁବୃର୍ତ୍ତ ମାନଙ୍କୁ ତୁରନ୍ତ ଗିରଫ କରି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ମାରକପତ୍ରରେ ଦାବୀ କରାଯାଇଛି। ବିଜେଡି ପ୍ରତିନିଧି ମଣ୍ଡଳୀରେ, ସୁଦାମ ମାରାଣ୍ଡି, ସାନନ୍ଦ ମାରାଣ୍ଡି, ଭାରତୀ ହାଁସଦା, ଜିତେନ୍ଦ୍ର ମହାନ୍ତି, କୃଷ୍ଣନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଦେବାଶିଷ ମହାନ୍ତି, ପ୍ରଭାତ କୁମାର ନାୟକ,ଦୀପ୍ତିଲତାମିଶ୍ରଓ ଅନ୍ୟପ୍ରମୁଖନେତୃବୃନ୍ଦ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking