ଝାଡଖଣ୍ଡ: ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଥିବା କୁମ୍ଭାଡିହ ଗାଁ ନିକଟ ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ନିହତ ହୋଇଥିବା ସୂଚନା ମିଳିଛି । ଅନଲ ଦସ୍ତେଙ୍କ ସମେତ ୫ରୁ ୭ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ମାଓ ନେତା ଅନଲ ନାଁରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର । ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିଲେ ମାଓବାଦୀ । ତେବେ ନକ୍ସଲ ନିହତ ନେଇ ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ଫଷ୍ଟ କରାଯାଇ ନାହିଁ । ଗୁଳି ବିନିମୟ ଏବେ ବି ଜାରି ରହିଛି। କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟ ଧାରଣ କରିଛନ୍ତି, ଏବଂ ସେହି ଲକ୍ଷ୍ୟକୁ ନଜରରେ ରଖି ସରଣ୍ଡା ଅଞ୍ଚଳରେ ଲଗାତାର ସଘନ ଅଭିଯାନ ଚାଲିଛି।










