27.1 C
Bhubaneswar
Wednesday, July 9, 2025
Homeଖେଳଟେଷ୍ଟ ଟିମ୍‌ରୁ ଗୁଲବଦିନ୍ ନାଏବ୍ ବାଦ୍‌

ଟେଷ୍ଟ ଟିମ୍‌ରୁ ଗୁଲବଦିନ୍ ନାଏବ୍ ବାଦ୍‌

ନୂଆଦିଲ୍ଲୀ:  ନ୍ୟୁଜିଲାଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ପାଇଁ ଆଫଗାନିସ୍ତାନର ୧୬ ଜଣିଆ ଟିମ୍‌ରୁ ଗୁଲବଦିନ୍ ନାଏବ୍ ବାଦ୍ ପଡ଼ିଛନ୍ତି । ହ୍ୱାଇଟ୍ ବଲ୍ ଫର୍ମାଟ୍‌ର ଅନୁଭବୀ ଖେଳାଳି ନାଏବ୍ ଟିମ୍ ପକ୍ଷରୁ ରେଡ୍‌ବଲ୍ କ୍ରିକେଟ୍ ଖେଳିନଥିଲେ ମଧ୍ୟୠତ ସପ୍ତାହରେ ବୋର୍ଡ ପକ୍ଷରୁ ଘୋଷିତ ପ୍ରାରମ୍ଭିକ ୨୦ ଜଣିଆ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିଥିଲା । ଗ୍ରେଟର ନୋଏଡାରେ ଆୟୋଜିତ କ୍ୟାମ୍ପ୍ ପରେ ନାଏବ୍‌ଙ୍କ ସମେତ ଚାରି ଜଣଙ୍କୁ ଅନ୍ତିମ ଟିମ୍‌ରୁ ବାଦ୍ ଦିଆଯାଇଛି । ଆହତ କାରଣ ନଭୀଦ୍ ଜାଦରାନ୍ ଓହରି ଯାଇଥିବା ବେଳେ ଅନ୍ତିମ ଟିମ୍‌ରୁ ବାଦ୍ ପଡ଼ିଥିବା ଅନ୍ୟ ଦୁଇଜଣ ହେଲେ ୟାମା ଆରବ ଏବଂ ବାମହାତୀ ପେସର୍ ଫରିଦ୍ ଅହମଦ ମଲିକ । ଟିମ୍‌ରେ ଦୁଇଜଣ ୱିକେଟ୍‌କିପର୍ ଇକ୍ରାମ୍ ଅଲି ଖିଲ ଏବଂ ଅଫସର ଜଜଇଙ୍କୁ ସାମିଲ କରାଯାଇଛି । ସେପ୍ଟେମ୍ବର ୯ରେ ଗ୍ରେଟର ନୋଏଡାରେ ହେବାକୁ ଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ ଏହି ଫର୍ମାଟ୍‌ରେ ଆଫଗାନିସ୍ତାନର ୧୦ମ ମ୍ୟାଚ୍ । ଆଫଗାନିସ୍ତାନ ସ୍କ୍ୱାଡ୍‌: ହଶମତୁଳ୍ଲା ଶାହିଦି (କ୍ୟାପ୍‌ଟେନନ୍‌), ଇବ୍ରାହିମ ଜାଦ୍ରାନ୍‌, ରିଆଜ୍ ହସନ୍‌, ଅବ୍‌ଦୁଲ୍ ମଲିକ, ରହମତ ଶାହ, ବାହିର ଶାହ ମେହବୁବ୍‌, ଅଫ୍‌ସର ଜଜଇ (ୱିକେଟ୍‌କିପର୍‌), ଇକ୍ରାମ୍ ଅଲୀ ଖିଲ୍ (ୱିକେଟ୍‌କିପର୍‌), ଶାହିଦୁଲ୍ଲାହ କମାଲ୍‌, ଅଜମତୁଲ୍ଲାହ ଓଭରଜାଇ, ଜିଆ ଉର୍ ରହମାନ ଆକବର, ଶାମ୍ସ ଉର୍ ରହମନ୍‌, କ୍ୱାଇସ୍ ଅହମଦ, ଜାହିର୍ ଖାନ୍‌, ନିଜାତ ମସୁଦ୍‌, ଖଲିଲ ଅହମଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking