27.1 C
Bhubaneswar
Wednesday, January 14, 2026
Homeଖେଳଆରସିବିକୁ ୮ ୱିକେଟରେ ହରାଇଲା ଗୁଜରାଟ ଟାଇଟନ୍ସ

ଆରସିବିକୁ ୮ ୱିକେଟରେ ହରାଇଲା ଗୁଜରାଟ ଟାଇଟନ୍ସ

ବେଙ୍ଗାଲୁରୁ: ଗୁଜୁରାଟ ଟାଇଟନ୍ସ (ଜିଟି) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌?ରେ ଜସ୍ ବଟଲର୍ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩୯ ବଲରେ ଅପରାଜିତ ୭୩ ରନ୍ କରିଥିଲେ। ବଟଲରଙ୍କ ଇନିଂସରେ ୬ଟି ଛକା ଏବଂ ୫ଟି ଚୌକା ସାମିଲ ଥିଲା। ରଦରଫୋର୍ଡ ଅପରାଜିତ ୩୦ ରନ କରିଥିଲେ। ସାଇ ସୁଦର୍ଶନ ୪୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଆରସିବି ଗୁଜରାଟକୁ ୧୭୦ ରନର ଟାର୍ଗେଟ ଦେଇଥିଲା। ଜବାବରେ ଗୁଜରାଟ ୧୭.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା।

ଆରସିବି ବିପକ୍ଷ ମ୍ୟାଚ୍‌ରେ ୧୭୦ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବେଳେ, ଗୁଜରାଟ ଟାଇଟନ୍ସ ଦଳୀୟ ସ୍କୋର ୩୨ ରନ୍‌ରେ ଶୁଭମନ ଗିଲ୍ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ। ପରେ ସାଇ ସୁଦର୍ଶନଙ୍କୁ ଜସ୍ ବଟଲରଙ୍କ ସମର୍ଥନ ମିଳିଥିଲା ଏବଂ ସେମାନେ ମିଶି ପ୍ରଥମ ୬ ଓଭରରେ ଦଳର ସ୍କୋରକୁ ୪୨ ରନରେ ପହଞ୍ଚାଇଥିଲେ। ଏହା ପରେ ଦ୍ୱିତୀୟ ୱିକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୭ ବଲରେ ୭୫ ରନର ଭାଗୀଦାରି ଦେଖିବାକୁ ମିଳିଥିଲା। ସାଇ ସୁଦର୍ଶନ ୩୬ ବଲ୍‌ରେ ୪୯ ରନ୍ କରି ଆଉଟ୍ ହୋଇଥିଲେ । ବଟଲର୍ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ।

ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁଜରାଟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଗୁଜରାଟଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧୭୦ ରନ୍‌ ଲକ୍ଷ୍ୟ ମିଳିଥିଲା। ବେଙ୍ଗାଲୁରୁ ପାଇଁ ଲିଆମ୍ ଲିଭିଂଷ୍ଟୋନ୍ ବ୍ୟକ୍ତିଗତ ଭାବେ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ। ସେ ୪୦ଟି ବଲ୍ ଖେଳି ଗୋଟିଏ ଚୌକା ଓ ୫ଟି ଛକା ମାରିଥିଲେ। ଜିତେଶ ଶର୍ମାଙ୍କ ବ୍ୟାଟ୍ରୁ ୩୩ ରନ୍ ଅମଳ ହୋଇଥିଲା। ସେ ୨୧ଟି ବଲ୍ରୁ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଟିମ୍ ଡାଭିଡ ୧୮ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୨ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ୧୪ ରନ୍, ବିରାଟ କୋହଲି ୭ ରନ୍, ଦେବଦତ୍ତ ପଡ଼ିକ୍କଲ ୪ ରନ୍, ରଜତ ପାଟିଦାର ୧୨ ରନ୍, କୃଣାଳ ପାଣ୍ଡ୍ୟା ୫ ରନ୍ ଓ ଭୁବନେଶ୍ବର କୁମାର ଅପରାଜିତ ୧ ରନ୍ ସଂଗ୍ରହ କରିଥିଲେ। ଗୁଜରାଟ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେହିପରି ରବି ଶ୍ରୀନିବାସନ ୨ଟି ୱିକେଟ୍ ନେଇଥିଲା ବେଳେ ଅର୍ଶଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking