22.1 C
Bhubaneswar
Wednesday, January 29, 2025
Homeଦେଶ ବିଦେଶପୁନେରେ ଚିନ୍ତା ବଢ଼ାଉଛି ଗୁଇଲେନ- ବେରି ସିଣ୍ଡ୍ରୋମ

ପୁନେରେ ଚିନ୍ତା ବଢ଼ାଉଛି ଗୁଇଲେନ- ବେରି ସିଣ୍ଡ୍ରୋମ

ପୁନେ: ପୁନେରେ ଚିନ୍ତା ବଢ଼ାଉଛି ଗୁଇଲେନ- ବେରି ସିଣ୍ଡ୍ରୋମ (ଜିବିଏସ୍‌) ବୃଦ୍ଧି ମାମଲା । ଏପରି ପରିସ୍ଥିତିରେ ଜିବିଏସ୍ କାରଣରୁ ମହାରାଷ୍ଟ୍ରରେ ପ୍ରଥମ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ଏନେଇ ଏକ ବିବୃତ୍ତି ଜାରି କରି କହିଛି ଯେ, ସୋଲାପୁରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କର ଜିବିଏସ୍ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତକ ଜଣକ ସୋଲାପୁରର ଜଣେ ବାସିନ୍ଦା ହୋଇଥିଲାବେଳେ କିଛି ଦିନ ପୂର୍ବରୁ ସେ କୌଣସି କାମ ପାଇଁ ପୁନେ ଯାଇଥିଲେ । ତେଣୁ ସେ ପୁନେରୁ ହିଁ ଜିବିଏସ୍‌ର ଶିକାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ତଥାପି, ଏପର୍ଯ୍ୟନ୍ତ ଅଧିକାରୀମାନେ ଏନେଇ କେ?ଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ସୂଚନା ଯୋଗ୍ୟ, ରାଜ୍ୟରେ ଜିବିଏସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାବେଳେ କେବଳ ପୁନେରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି । ଏଥି ମଧ୍ୟରେ ୬୮ ପୁରୁଷ ଏବଂ ୩୩ ମହିଳା ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରେ ୧୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ସହ ସେମାନେ ଭେଣ୍ଟିଲେଟରରେ ରହିଥିବା ଜଣାଯାଇଛି । ସେପଟେ, ପୁନେ ମ୍ୟୁନିସିପାଲିଟି କର୍ପୋରେସନ ରାପିଡ ରେସପନ୍ସ ଟିମ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ସ୍ଥିତି ଉପରେ ନଜର ରଖିଛନ୍ତି । ବିଶେଷକରି, ପୁନେର ସିଂହଦ ରୋଡରେ ସର୍ବାଧିକ ସଂଖ୍ୟକ ରୋଗୀ ମିଳିଥିବାରୁ ସେଠାରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking