30.1 C
Bhubaneswar
Tuesday, February 3, 2026
Homeଓଡିଶାବାଲେଶ୍ୱରରେ ପ୍ରଦୂଷଣ କଟକଣା

ବାଲେଶ୍ୱରରେ ପ୍ରଦୂଷଣ କଟକଣା

ବାଲେଶ୍ୱର: ତାଳଚେର ପରେ ବାଲେଶ୍ୱରରେ ପ୍ରଦୂଷଣ କଟକଣା । ବାଲେଶ୍ୱର ପୌରପାଳିକା ଓ ୟୁଏଲବି ପାଇଁ ପ୍ରଦୂଷଣ କଟକଣା । ଲଗାତାର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଦିନକୁ ଅତି କମ୍‌ରେ ୩ ଥର ପାଣି ସିଞ୍ଚନ ପାଇଁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଖୋଲାରେ ଆବର୍ଜନା ପୋଡିବା ଓ ଢାବାରେ କୋଇଲାରେ ରୋଷେଇ ମନା କରାଯାଇଛିି । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ କଲେ ଜିଲ୍ଲାପାଳ । ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking