30.1 C
Bhubaneswar
Thursday, June 19, 2025
Homeଓଡିଶାମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନେଇ ଗାଇଡଲାଇନ

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନେଇ ଗାଇଡଲାଇନ

ଭୁବନେଶ୍ୱର: ଖରା ଛୁଟି ସରିବା ପରେ  ସ୍କୁଲ ଖୋଲିଲେ ପିଲାଙ୍କୁ ଦିଆଯିବ  ମଧ୍ୟାହ୍ନ ଭୋଜନ ।  ମିଡ ଡେ ମିଲ ଯୋଜନାରେ ଶିଶୁ ବାଟିକା ଠାରୁ ଆରମ୍ଭ କରି  ୧୦ମ ଶ୍ରେଣୀ  ପଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ । ୨୦ ତାରିଖରେ ସ୍କୁଲ ଖୋଲିବା ଦିନରୁ ହିଁ  ଦିଆଯିବ ମିଡ ଡେ ମିଲ । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଆବଶ୍ୟକୀୟ  ସୁରକ୍ଷା ପଦେକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ହେଲା ଗ୍ରୀଷ୍ମ ଛୁଟି କାରଣରୁ ସ୍କୁଲ ବନ୍ଦ   ଥ୍‌ବାରୁ କୌଣସି ଖାଦ୍ୟ କୌଣସି ଖାଦ୍ୟ ସାମଗ୍ରୀ ପୂର୍ୱରୁ ତାର ମାନ ପରୀକ୍ଷା କରାଯିବ ଏଥିପାଇଁ  ପ୍ରଧାନଶିକ୍ଷକଙ୍କର ଉପସ୍ଥିତିରେ  ସିଆରସିସି ବିଇଓ ଏସବୁ ଯାଞ୍ଚ କରିବେ । ରନ୍ଧା ଯାଉଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ ରଖିବା ଲାଗି ମଧ୍ୟ ଦୁରୁତ୍ୱ ଦିଆଯାଉଛି ।  ଏନେଇ ସବୁ ଜିଲ୍ଲାର ଡିଓଙ୍କୁ ଚିଠି ଲେଖି ଅବଗତ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ କରି ଗଣଶିକ୍ଷା ବିଭାଗ ଚିଠି ଦେଇଛି । ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ ମାନ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ଶିକ୍ଷକ, ଏସଏମସିଙ୍କ ଉପସ୍ଥିତିରେ ସିଆରସିସି ଓ ବିଇଓ ଯାଞ୍ଚ କରାଇବେ । ରୋଷଶାଳାକୁ ସମ୍ପୁଣ୍ଣ ପରିଶ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଇଓ, ବିଇଓ , ସିଆରସିସି ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ । ସବୁ ବିଦ୍ୟାଳୟରେ ଫୁଡ ଟେଷ୍ଟିଂ ରେଜିଶ୍ଟର ରହିବ । ଅଭିଭାବକ ବିଶେଷ କରି ମା’ମାନେ ଖାଦ୍ୟ ଯାଞ୍ଚ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking