ଭୁବନେଶ୍ୱର : ସତ୍ୟ ନଗରରେ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ପହଞ୍ଚିଛି । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଉତ୍ତମ ମହାନ୍ତି ଅମର ରହେ କହି ସମସ୍ତେ ନାରା ଦେଉଛନ୍ତି । ପ୍ରଶଂସକଙ୍କ ପ୍ରବଳ ଭିଡକୁ ନିୟନ୍ତଣ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତାଙ୍କୁ ଶେଷରେ ରାଷ୍ଟ୍ରୀୟ ମଯ୍ୟାଦା ଦିଆଯାଇଛି ।










