27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଗାର୍ଡ ଅଫ ଅନର

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଗାର୍ଡ ଅଫ ଅନର

ନୂଆଦିଲ୍ଲୀ: ଦିଲ୍ଲୀ ରାଷ୍ଟ୍ରପତି ଭବନରେ ରୁଷ ରାଷ୍ଟ୍ରପତି  ଭ୍ଲାଦମିର ପୁଟିନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଦିଆଗଲା ଗାର୍ଡ ଅଫ ଅନର। ଏହି କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ  ମୋଦି ଉପସ୍ଥିତ ଅଛନ୍ତି। ପୁଟିନଙ୍କ ସହ ଭାରତ ଆସିଥିବା ୭ ମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଠାରୁ କାରକେଡରେ ବାହାରି ରାଜଘାଟ ଅଭିମୁଖେ ଯାତ୍ରା କରିଛନ୍ତିା ହାଇଦ୍ରାବାଦ ହାଉସରେ ଭାରତ -ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି ଓ ପୁଟିନ। ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା। ରାତି ୯ଟାରେ ରୁଷ ଫେରିଯିବେ ପୁଟିନ। ନୂଆ ମିସାଇଲ ଡିଫେନ୍ସ ସିଷ୍ଟମ , ନୂଆ ଅତ୍ୟାଧୁନିକ ଯୁଦ୍ଧ  ବିମାନ କିଣିପାରେ  ଭାରତ। ଏହା ସହିତ ତୈଳ କିଣା ପ୍ରସଙ୍ଗ ନେଇ ମଧ୍ୟ  କିଛି  ଚୁକ୍ତି ହୋଇପାରେ  ଭାରତକୁ ପ୍ରଯୁକ୍ତି ବିଦ୍ୟା ଏସ- ୫୦୦, ସୁଖୋଇ ୫୭, ଶସ୍ତା ତେଲ ଏବଂ ରୁଷ ସହିତ ବଡ ପରିମାଣର ବାଣିଜ୍ୟ କାରବାର ନେଇ ବଡ ଡିଲ ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking